ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ରଣଶଙ୍ଖ ଦୁର୍ଘଟଣା , ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ତିନି ସାଙ୍ଗ ! ଦିନ ପ୍ରାୟ ସାଢେ ଦଶଟା ବେଳେ ସବୁଦିନ ଭଳି ସ୍ଥାନୀୟ ଚକୁଳେଶ୍ୱର ଗ୍ରାମ ରୁ ଟିଉସନ ସାରି ଏକ ମୋଟର ସାଇକଲ ଯୋଗେ ନିଜ ଗ୍ରାମ ହରିରାଜପୁର ଏବଂ କରବର ଗ୍ରାମ କୁ ଫେରୁଥିବା ବେଳେ ବାଙ୍କୀ ରଣଶଙ୍ଖ ନିକଟରେ ଏକ ପିକଅପ ଭ୍ୟାନ ସହ ସାମ୍ନା ସାମନି ଦୁର୍ଘଟଣା ଘଟିଥିଲା ! ଏହି ମର୍ମନ୍ତୁଦ ଦୁର୍ଘଟଣା ରେ ତିନି ଛାତ୍ର ଦୁରକୁ ଛିଟିକି ପଡିବା ସହ ମୁଣ୍ଡ ରେ ଭିଷଣ ଆଘାତ ଲାଗିବା ଯୋଗୁଁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଯାଇଥିଲା ! ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଅନ୍ୟ ଛାତ୍ର ଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି | ସେମାନଙ୍କ ମଧ୍ୟରୁ ଦୁଇଜଣ ହରିରାଜପୁର ଉଚ୍ଚ ବିଦ୍ୟାଳୟ ର ହୋଇଥିବା ବେଳେ ଅନ୍ୟ ଜଣେ ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ର ଦଶମ ଶ୍ରେଣୀ ଛାତ୍ର ଅଟନ୍ତି | ମୃତକ ମାନେ ହରିରାଜପୁର ର ସନ୍ତୋଷ ଧଳ ଙ୍କ ପୁତ୍ର ଅବିନାଶ ଧଳ, ମୋହନ ନାଏକ ଙ୍କ ପୁତ୍ର ସୋହନ ନାଏକ ଏବଂ ବାଙ୍କୀ ସୁକୁଆଖଳା ର ପରମାନନ୍ଦ ପିରୋଇ ଙ୍କ ପୁତ୍ର ଆମୟାଂଶୁ ପିରୋଇ ବୋଲି ଜଣାପଡିଛି | ଏଭଳି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି !
ବାଙ୍କୀ ରଣଶଙ୍ଖ ଦୁର୍ଘଟଣା : ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ତିନି ସାଙ୍ଗ !!!

