ଜିନ୍ଦଲ ଓ ଟାଟା ର ମନମୁଖୀ କାର୍ଯ୍ୟ ପାଇଁ ସାଧାରଣ ଜନତା କଲବଲ : ପ୍ରଶାସନ ନିରବଦ୍ରଷ୍ଟା !!!

0
105

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳର କଳିଙ୍ଗନଗର ବାସୀ ଏବେ ଅଶାନ୍ତ ପରିବେଶରେ ଗତି କରୁଛନ୍ତି । ଆଗାମୀ ପିଢ଼ିଙ୍କ ଭବିଷ୍ୟତ ଏବେ ଅନ୍ଧକାରମୟ ଆଡକୁ ଗତି କରୁଛି । ପ୍ରଶାସନ ଏବଂ କମ୍ପାନୀ ମାନଙ୍କ ଚାଲିଛି ମିଲିଭଗତ । କମ୍ପାନୀ ଏଠି ବୃକ୍ଷ ରୋପଣ କରିବା ପରିବର୍ତ୍ତେ ବୃକ୍ଷ କୁ କାଟି ବିଲୋପ କରିବାରେ ବ୍ୟସ୍ତ । ସରକାର ଗୋଟିଏ ବୃକ୍ଷ ଗୋଟିଏ ଜୀବନ ନାରା ଦେଉଥିବା ବେଳେ କମ୍ପାନୀ ଏଠି ବୃକ୍ଷ୍କ କାଟି ଶ୍ରୀହୀନ କରି ଦେଉଛନ୍ତି । ଜିନ୍ଦଲ ଷ୍ଟିଲର ଏଠି ମନମାନି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ? କଳିଙ୍ଗନଗରରେ କମ୍ପାନୀକୁ ଲାଗିଥିବା କିଛି ସରକାରୀ ଜମିକୁ ଇଡ଼କୋ ହାତକୁ ଟେକି ଦେଇଥିବା ବେଳେ ଇଡ଼କୋ ଏଠି ମନ ଇଛା ଅଞ୍ଚଳ ବାସିଙ୍କ ଭାବିଷ୍ୟତକୁ ଆଖି ଆଗରେ ନରଖି କମ୍ପାନୀ ହାତକୁ ଟେକି ଦେଉଛି । କଳିଙ୍ଗନଗର ର ଜିନ୍ଦଲ ଓ ଟାଟା କମ୍ପାନୀ ଧୀରେ ଧୀରେ ରାସ୍ତା ପାର୍ଶ୍ୱକୁ ମଧ୍ୟ ଅକ୍ତିଆର କରି ପାର୍କିଙ୍ଗ ସ୍ଥାନ କରି ସାରିଲେଣି । ଭବିଷ୍ୟତରେ ଏହି ସ୍ଥାନ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଯିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ନିକଟରେ ଜିନ୍ଦଲ କମ୍ପାନୀଙ୍କୁ ସ୍ଥାନୀୟ ତହସିଲଦାର ଅକ୍ତିଆର କରିଥିବା ସ୍ଥାନର ଦସ୍ତାବିତ ମାଗିଥିଲେ ମଧ୍ୟ , କମ୍ପାନୀ ଦେଇ ନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଜିନ୍ଦଲ ଓ ଟାଟା କମ୍ପାନୀ କାହା ସାହସରେ ଏଠି ଜମି ଅକ୍ତିଆର କରୁଛି ଏବଂ ଲୋକ ମାନଙ୍କ ଜୀବନ ସହ ଖେଳ ଖେଳୁଛି । ରାସ୍ତା କଡରେ ଶହ ଶହ ମାଲ ଗାଡି ଛିଡା କରି ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ କରିବା ଦ୍ଵାରା ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଏଠି ପୋଲିସ ଏବଂ ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଲା ଭଳି , ସବୁ ଦେଖି ନଦେଖିଲା ଭଳି ଅଭିନୟ କରୁଛନ୍ତି । ସରକାର ତୁରନ୍ତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ସରକାରୀ ଜମିକୁ ଅକ୍ତିଆର କରିଥିବା କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି । ତେବେ ବାସ୍ତବ କଥା ହେଲା – ଏଠି ଚେଇଁ ଶୋଇଛି ପ୍ରଶାସନ , ରାଜ କରୁଛନ୍ତି କମ୍ପାନୀ. କଲବଲ ହେଉଛନ୍ତି ସାଧାରଣ ଜନତା ।

LEAVE A REPLY

Please enter your comment!
Please enter your name here