ସୁକିନ୍ଦା ଅଞ୍ଚଳର ଦୁଇ ଦୋକାନରୁ ଗ୍ୟାସ ଟାଙ୍କି ଚୋରି : ଥାନାରେ ଅଭିଯୋଗ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ରଥ ଛକ ପାଖ ଏକ ଚା ଦୋକାନ ଓ ସୁକିନ୍ଦା ମୁଖ୍ୟ ରାଜପଥ କଡ଼ରେ ଥିବା ଏକ ଭେରାଇଟି ଷ୍ଟୋରରୁ ଦୁଇଟି ଗ୍ୟାସ ଟାଙ୍କି ଚୋରି ନେଇ ଥାନାରେ ଅଭିଯୋଗ । ସୂଚନା ମୁତାବକ ରଥ ଛକ ପାଖ ସରୋଜ କୁମାର ଦାସଙ୍କ ଚା ଦୋକାନ ଓ ସୁକିନ୍ଦା ମୁଖ୍ୟ ରାଜପଥ କଡ଼ରେ ଥିବା ପବିତ୍ର କୁମାର ବେହୁରାଙ୍କ ଭେରାଇଟି ଷ୍ଟୋରରୁ କେହି ଅଜଣା ଲୁଟେରା ଦୁଇଟି ଗ୍ୟାସ ଟାଙ୍କି ଚୋରି କରିଥିବାର ଆଜି ସୁକିନ୍ଦା ଥାନାରେ ଅଭିଯୋଗ ହୋଇଛି । ସୁକିନ୍ଦା ପୋଲିସ ସୂଚନା ପାଇ ଘଟଣାର ତଦନ୍ତ ଜାରି ରଖିଥିବା ସୁକିନ୍ଦା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *