ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ରକ୍ତଦାନ ଶିବିର !!!

Spread the love

ଗୋଶାଣୀ ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଗୁରାଣ୍ଡି ଗ୍ରାମ ଠାରେ ଥିବା ମୀନକେତନ ମହାବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡି କର୍ମୀଙ୍କ ସମେତ ସାମ୍ବାଦିକ, ଜନସାଧାରଣ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସି ରକ୍ତଦାନ କରିଥିବାର ଦେଖିବାକୁ ମିଳିଥିଲା । ଏହି ଶିବିରକୁ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍‌.ବୀରରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର, ଓଡିଶା ମୋପରିବାର ଜୀବନ ବିନ୍ଦୁର ଗଜପତି ଜିଲ୍ଲା ସଂଯୋଜିକା ଇନ୍ଦିରା ପଟ୍ଟନାୟକ, ଜିଲ୍ଲା ବିଜେଡି ମହିଳା ଉପ ସଭାନେତ୍ରୀ ସଂଯୁକ୍ତା ବେହେରା, ଗୋଷାଣି ବ୍ଲକ ବିଜେଡି ସଭାପତି ଇଶ୍ୱର ରାଓ, ଆର୍‌ଏମ୍‌ସି ସଭାପତି ଏସ୍‌.ଗଜପତି ରାଓ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏହି ରକ୍ତ ଦାନ ଶିବିରରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଏସ୍‌ଡିସି ଅଧ୍ୟକ୍ଷା ମୋରିୟମ ରଇତ, ଜିଲ୍ଲା ଯୁବ ସଭାପତି ଏସ୍‌.ଲିଙ୍ଗରାଜୁ, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଦେବୀ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ଯୁବନେତା ରୂପେଶ ପାଣିଗ୍ରାହୀ, ଜିଲ୍ଲା ବିଜେଡି ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ଜମିଦାର ପଟ୍ଟନାୟକ, ପ୍ରଶାନ୍ତ ପାତ୍ର, ଅମିର କୁମାର ଜେନା ପ୍ରମୁଖଙ୍କ ସମେତ ଗୋଷାଣି ବ୍ଲକର ସମସ୍ତ ବିଜେଡି ସମର୍ଥିତ ସରପଞ୍ଚ , ସମିତି ସଭ୍ୟ, ସ୍ଥାନୀୟ ନେତା, ଯୁବ ବର୍ଗ ଯୋଗ ଦେଇଥିଲେ । ଏହି ରକ୍ତ ଦାନ ଶିବିରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଚନ୍ଦନ ମେକାପ ଏବଂ ସିନିୟର ଟେକ୍ନିସିୟନ ଖଗେଶ୍ୱର ବେହେରା ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ମୋଟ ୨୮ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ଏହି ରକ୍ତଦାନ ଶିବିରରେ ସାମ୍ବାଦିକ ସରୋଜ ପାତ୍ର, ପ୍ରଶାନ୍ତ କୁମାର ରାଉତ ଏବଂ ଭାସ୍କର ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *