ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବାଂଲାଦେଶରେ ଅନୁଷ୍ଠିତ ହେବ ପଞ୍ଚଦିବସୀୟ ଶାରଦୀୟ ମହୋତ୍ସବ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସର୍ବସମନ୍ଵୟରେ ବାଂଲାଦେଶଠାରେ ମହାଆଡ଼ମ୍ବରର ସହକାରେ ଆରମ୍ଭ ହେବାକୁ ଯାଉଛି ପଞ୍ଚଦିବସୀୟ ଶାରଦୀୟ ମହୋତ୍ସବ । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ବାଂଲାଦେଶର ସିଲେହାଟସ୍ଥିତ ଶ୍ରୀକୃଷ୍ଣପୁର ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଦେଶର ବିଭିନ୍ନ କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସମାଗମ ସହ ଅନେକ ପ୍ରକାରର କଳାତ୍ମକ ପ୍ରତିଭା ଏଥିରେ ପ୍ରଦର୍ଶନ କରାଯିବ । ବିଭିନ୍ନ ପର୍ଯ୍ୟାୟରେ ଦେଶର ବିଭିନ୍ନ ସ୍ଥାନର ରାଜନେତା, ଶିକ୍ଷାବିତ୍, ସଂଗଠକ, ଇଣ୍ଡଷ୍ଟ୍ରିଆଲିଷ୍ଟ, ଧର୍ମ ଗୁରୁ, କଳାକାର ଆଦିଙ୍କୁ ଅତିଥି ଭାବରେ ନିମନ୍ତ୍ରିତ କରାଯିବ । କୁମାରୀ ପୂଜା ସହ ଚିନ୍ମୟ ଫାଉଣ୍ଡେସନର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସମାରୋହ, ପ୍ରାସାଦ ବଣ୍ଟନ, ବୃକ୍ଷ ରୋପଣ, ସେବା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ଫାଉଣ୍ଡେସନର ବାଙ୍ଗଲାଦେଶ ସଂଯୋଜକ ଶ୍ରୀ ସବୁଜ ରାମ ସୂଚନା ଦେଇଛନ୍ତି। ଏଥିରେ ସୌଜନ୍ୟତା ପ୍ରକାଶ କରିଛନ୍ତି ରବିଡାସ ଐକ୍ୟ ପରିଷଦ ଓ ଶ୍ରୀ ଶ୍ରୀ ସନ୍ଥ ରବି ଦାସ ଭକ୍ !

Leave a Reply

Your email address will not be published. Required fields are marked *