ବିଜୟ ଶଙ୍କରଙ୍କ ବିବାହ ଆବେଦନକୁ ବିରୋଧ କରି ରେଜିଷ୍ଟର ଅଫିସରେ ପହଞ୍ଚିଲେ ସୋମାଲିକା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବିଜୟ ଶଙ୍କର ମିଥ୍ଯା ତଥ୍ୟ ଦାଖଲ କରିଛନ୍ତି । ପୂର୍ବରୁ ବିଜୟ ଶଙ୍କର ଙ୍କ ନାମରେ ମାମଲା ଚାଲିଥିବା ବେଳେ ସେ କିଭଳି ଲୁଚି ଛପି ବିବାହ କରିବା ପାଇଁ ଆବେଦନ କରିଛନ୍ତି । କଣ ପାଇଁ ସେ ମୋ ଜୀବନ ସହିତ ଖେଳ ଖେଳୁଛନ୍ତି । ମୋତେ ନ୍ୟାୟ ଏପର୍ଯ୍ୟନ୍ତ ମିଳିନାହିଁ । ତାହା ପୂର୍ବରୁ ସେ କିପରି ଅନ୍ୟକୁ ଵିଵାହ କରିବା ପାଇଁ ଆବେଦନ କରିଛନ୍ତି । ମୋତେ ନ୍ୟାୟ ମିଳିବା ଦରକାର । ମୋତେ ବାରମ୍ବାର ଥାନାକୁ ଡକାଯାଉଛି । ଥାନାରେ ଅଭିଯୋଗ କରୁଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ତାଙ୍କୁ ଥରେବି ଡକା ଯାଇନାହିଁ । ତାଙ୍କ ନାମରେ ମ୍ୟାଟ୍ରିକ ଜାଲିଆତିର ଅଭିଯୋଗ ରହିଛି । ବିଧାୟକ ହିସାବରେ ସେ ତାଙ୍କର ପାୱାର କୁ ଅପ ବ୍ୟବହାର କରୁଛନ୍ତି । ମୁଁ ମାନସିକ ନିର୍ଯାତନା ଭୋଗୁଛି । କୋହଭରା କଣ୍ଠ ରେ ଗଣମାଧ୍ୟମ ଆଗରେ ଏପରି ବୟାନ ଦେଇଛନ୍ତି ସୋମାଲିକା ! ବିଧାୟକଙ୍କ ଆବେଦନ ର ବିରୋଧ କରି ଅଭିଯୋଗ ପରେ ଏବେ , ଆଗାମୀ ଘଟଣା ଉପରେ ସମସ୍ତଙ୍କ ନଜର !

Leave a Reply

Your email address will not be published. Required fields are marked *