ମହେନ୍ଦ୍ର ବନାଞ୍ଚଳରେ ବାଘ ପାଦ ଚିହ୍ନ ଠାବ !!!

0
198

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହେନ୍ଦ୍ର ବନାଞ୍ଚଳ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମ ଇଲାକା ରେ ବାଘ ବୁଲୁଥିବାର ଖବର ପାଇ ମହେନ୍ଦ୍ର ବନାଞ୍ଚଳର ବନ କର୍ମଚାରୀ ଏବଂ ପାରଳାଖେମୁଣ୍ଡି ବନଖଣ୍ଡର ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା ଘଟଣା ସ୍ଥଳରେ ପହଂଚିଥିଲେ I ସେଠାରେ ବାହାରେ ବନ୍ଧା ଯାଇଥିବା ଏକ ଗାଈ କୁ କୌଣସି ଏକ ବନ୍ୟଜନ୍ତୁ ଘୋଷାଡ଼ି ନେଇ ମାରି ଖାଇଥିବାର ଦେଖିଥିଲେ I ନିକଟସ୍ଥ ଆଖପାଖ ଅଂଚଳକୁ ଛାନବୀନ କରି ଖୋଜାଖୋଜି ପରେ ଏକ କଲରା ପତ୍ରିଆ ବାଘର ପାଦ ଚିହ୍ନ ଠାବ କରିଥିଲେ I ପାଦ ଚିହ୍ନ ଠାବ କରି ପାଦ ଚିହ୍ନ କୁ ପ୍ଳାଷ୍ଟର ଅଫ ପ୍ୟାରିସ ମାଧ୍ୟମରେ ଟ୍ରେସିଂ କରାଯାଇଥିଲା I ଦ୍ରୋନ କ୍ୟାମେରା ମାଧ୍ୟମରେ ଆଖପାଖ ଅଂଚଳରେ ଛାନବୀନ କରାଯାଇଥିଲା I ବାଘର ଅବସ୍ଥିତି ଜାଣିବା ପାଇଁ ବିଭିନ୍ନ ଅଂଚଳରେ ଟ୍ରାପ କ୍ୟାମେରା ଲଗାଯାଇଛି I ଜଙ୍ଗଲ ବିଭାଗ ତରଫରୁ ଆଖପାଖ ଅଂଚଳରେ ଏକ କଲରା ପତ୍ରିଆ ବାଘ ବୁଲୁଥିବାର ସତର୍କ ସୂଚନା ମଧ୍ୟ ଦିଆଯାଇଛି I ଗାଈ, ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ଗୃହପାଳିତ ପଶୁ ଗୁଡିକ ନିଜ ନିଜ ଗୁହାଳ ମଧ୍ୟରେ ବାନ୍ଧି ରଖିବାକୁ ଏବଂ ରାତି ସମୟରେ ବାହାରେ ନ ବୁଲିବାକୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ ସୂଚନା ଦିଆଯାଇଛି I ଉକ୍ତ ଅଂଚଳକୁ ବନ ବିଭାଗର କର୍ମଚାରୀ ତୀକ୍ଷଣ ନଜର ରଖି ଅହରହ ଦିନରାତି କଡା ପେଟ୍ରୋଲିଙ୍ଗ କରୁଛନ୍ତି I ଏବଂ ଏହାର ସମ୍ପୂର୍ଣ ତଦାରଖ କାର୍ଯ୍ୟ ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟରେ ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା ଏବଂ ଅରୁଣ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପର୍ଯ୍ୟାଲୋଚନା କରାଯାଉଅଛି I ମୃତ ଗାଈ ର କ୍ଷତିପୂରଣ ବାବଦରେ ଓଡିଶା ସରକାରଙ୍କ ଧାର୍ଯ୍ୟ ଅନୁସାରେ କ୍ଷତିପୂରଣ ରାଶି ପ୍ରଦାନ କରିବା ନିମନ୍ତେ ଅନୁକୁମ୍ପା ଆପ ମାଧ୍ୟମରେ ଅନୁମୋଦନ କରାଯାଇଛି I ପାରଳାଖେମୁଣ୍ଡି ବନଖଣ୍ଡର ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା କହିଛନ୍ତି କି ଏହାର ତଦନ୍ତ ଚାଲିଛି ଏବଂ ପାଦ ଚିହ୍ନ ର ପରୀକ୍ଷା ପରେ ଏହା କି ପ୍ରକାର ବାଘ ଜଣାପଡିବ I

 

 

 

LEAVE A REPLY

Please enter your comment!
Please enter your name here