ଲାଉସେଣା ଦିବ୍ୟରଞ୍ଜନ ଆକ୍ରମଣ ମାମଲା : ପୋଲିସ ତଦନ୍ତ ଏବଂ ଡାକ୍ତର ରିପୋର୍ଟ କୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସଦର ଥାନା ଲାଉସେଣା ର ବହୁଚର୍ଚ୍ଚିତ ଦିବ୍ୟରଞ୍ଜନଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ପୋଲିସ ନୀତି ନୈତିକତା କୁ ସମ୍ପୂର୍ଣ୍ଣ ଭାବେ ପାଦରେ ଚାପିଦେଇ ନେତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଗିରଫ ହୋଇ ଜେଲରେ ଥିବା ଜେମାଦେଇପୁର ପାଟଣା ସରପଞ୍ଚଙ୍କ ଭାଇ ସମେତ ଅନ୍ୟ ମୁଦାଲା ଙ୍କୁ ଜେଲ ରୁ ବାହାରିଯିବା ପାଇଁ ସୁହାଇଲା ଭଳି ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବା ଦୁର୍ଭାଗ୍ୟଜନକ କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ l ଦିବ୍ୟରଞ୍ଜନ ଙ୍କୁ ଜୀବନ ରେ ମାରିଦେବା ଉଦ୍ଦେଶ୍ୟରେ କଟୁରୀ ସାହାଯ୍ୟରେ ମୁଣ୍ଡକୁ ଆକ୍ରମଣ କରାଯାଇଥିବା ବେଳେ ତଦନ୍ତକାରୀ ଅଧିକାରୀ ଗୋଟେ କାଠଧଡ଼ା ଜବତ କରି ସେଥିରେ ମାଡ଼ ହୋଇଥିବା ଦର୍ଶାଇଛନ୍ତି l ସବୁଠାରୁ ସମ୍ବେଦନଶୀଳ ଘଟଣା ହେଉଛି ଦିବ୍ୟରଞ୍ଜନଙ୍କ ମୁଣ୍ଡରେ ଗଭୀର କ୍ଷତାକ୍ତ ହୋଇ ୨୮ ଗଣ୍ଠି ସିଲେଇ ହୋଇ ନୟାଗଡ ଡାକ୍ତରଖାନରୁ ଏମ୍ସ ହସ୍ପିଟାଲ କୁ ଅଧିକ ଚିକିତ୍ସା ପାଇଁ ରେଫର କରାଯାଇଥିବା ବେଳେ ନୟାଗଡ ଡାକ୍ତର ସୁବ୍ରତ ମହାପାତ୍ର ଏଭଳି ଏକ ଗୁରୁତର ଆଘାତ କୁ ତାଙ୍କ ଇଞ୍ଜୁରୀ ରିପୋର୍ଟରେ ସିମ୍ପଲ ଇଞ୍ଜୁରୀ ଦର୍ଶାଇବା ଏବଂ ଆହତ ଦିବ୍ୟରଞ୍ଜନଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଇଞ୍ଜୁରୀ ରିପୋର୍ଟ ରେ ତାହାକୁ ଲୁଚାଇ ରଖି ଉଲ୍ଲେଖ ନକରିବା କୋଉଠି ନା କୋଉଠି ନେତାଙ୍କ ଚାପରେ ଚାପି ହୋଇ ଡାକ୍ତର ବାବୁ ମୁଦାଲା ମାନେ ଜାମିନ ପାଇଯିବା ପାଇଁ ପଥ ସୁଗମ କରିଛନ୍ତି l ଯଦି ମୁଣ୍ଡର ମଝି ଅଂଶରେ ୨୮ ଗୋଟି ଷ୍ଟିଚ ପଡିଥିବା ଇଞ୍ଜୁରୀ କୁ ଡାକ୍ତର ବାବୁ ସିମ୍ପଲ ଲେଖିବେ ତେବେ ଗୁରୁତର ଇଞ୍ଜୁରୀ ର ସଂଜ୍ଞା କଣ ବୋଲି ଡାକ୍ତର ସୁବ୍ରତ ମହାପାତ୍ରଙ୍କୁ ପ୍ରଶ୍ନ କରିଛନ୍ତି ଆଇନଜୀବୀ ଶ୍ରୀ ଦାଶ l ଆହତ ଙ୍କୁ ରେଫର କରିବା ପରେ ରେଫେରାଲ ହସ୍ପିଟାଲ ଡାକ୍ତର ଇଞ୍ଜୁରୀ ପ୍ରମାଣପାତ୍ର ଦେବା ଆଇନ ରେ ବ୍ୟବସ୍ଥା ଥିବାବେଳେ ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତର କୋଉ ଆଇନ ରେ ଇଞ୍ଜୁରୀ ପ୍ରମାଣପତ୍ର ଦେଲେ ପୁଣି ତାହାକୁ ସିମ୍ପଲ ଲେଖିଲେ, ହାତ ଭଙ୍ଗlକୁ ଲୁଚାଇଲେ, ଯଦି ଏହାକୁ ମାନ୍ୟବର ଅଦାଲତ ଗୁରୁତର ସହ ନିଅନ୍ତି ତେବେ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ଭାବନାକୁ ଅସ୍ବୀକାର କରାଯାଇ ନପାରେ ବୋଲି କହିଛନ୍ତି ଆଇନଜୀବୀ ଶ୍ରୀ ଦାଶ l ଆହତ ଦିବ୍ୟରଞ୍ଜନଙ୍କୁ ଏଯାଏଁ ଅର୍ଥାତ ଗତ ୧୧ ତାରିଖ ଠାରୁ ମେଡିକାଲରେ ଚିକିତ୍ସା ସମୟରେ ତଦନ୍ତକାରୀ ଅଧିକାରୀ ତାଙ୍କ ଜମାନବନ୍ଦୀ ରେକର୍ଡ କରିନଥିବା ସ୍ଥଳେ କେବଳ ଦୁଇ ମୁଦାଲାଙ୍କ ଜାମିନ ପାଇଁ ତରବରିଆ ଭାବେ ଅଦାଲତରେ କେଶ ଡ଼ାଏରୀ ଦାଖଲ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି l ନିର୍ବାଚନ ବର୍ଷରେ ଯଦି ପୋଲିସ ଡାକ୍ତର ଭଳି ଆଇନ ରକ୍ଷକ ମାନେ ନେତାଙ୍କ କୁତାଗିରି କରି ଭୁଲ ରିପୋର୍ଟ ଦେବା, ବେପରୁଆ ଢଙ୍ଗରେ ତଦନ୍ତ କରି ହତ୍ୟା ଉଦ୍ୟମ କାରୀ ମୁଦାଲା ମାନଙ୍କୁ ଜେଲ ରୁ ଖସାଇବା ପାଇଁ କାର୍ଯ୍ୟ କରିବେ ତେବେ ଆଗକୁ ନୟାଗଡରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବ, ସାଧାରଣ ଲୋକେ ରାଜନେତା ସାମ୍ବାଦିକ କେହି ମଧ୍ୟ ସୁରକ୍ଷିତ ରହି ପାରିବେ ନାହିଁ l ଏ ସଂକ୍ରାନ୍ତ ରେ ଜିଲ୍ଲା କଂଗ୍ରେସ ପ୍ରତିନିଧି ଦଳ କଟକ ପୋଲିସ ମୁଖ୍ୟାଳୟ ରେ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ମହାଶୟଙ୍କୁ ଭେଟି ରାଜନୈତିକ ଚାପଗ୍ରସ୍ତ ନୟାଗଡ ପୋଲିସର କାର୍ଯ୍ୟାଶୈଳୀ ଉପରେ ଆଲୋଚନା କରିବେ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧି ଜଣାଇଛନ୍ତି l ଆଜି ଦୁଇ ମୁଦାଲାଙ୍କ ଜାମିନ ଶୁଣାଣି ବେଳେ ଇତାଲାକାରିଣୀ କବିତା ସାହୁ ଅଦାଲତରେ ଉପସ୍ଥିତ ହୋଇ ତାଙ୍କ ଓକିଲଙ୍କ ଦ୍ୱାରା ଏମ୍ସ ଡାକ୍ତରଖାନା ଚିକିତ୍ସା କାଗଯାଦ ଏବଂ ଆହତ ପୀଡିତାଙ୍କ ଫୋଟୋ କୋର୍ଟ ରେ ଦାଖଲ କରିଛନ୍ତି l ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ମନୋଜ କୁମାର ସାହୁ ଏବଂ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ତାଙ୍କ ପକ୍ଷ ରଖିବା ପାଇଁ ଓକିଲ ଭାବେ ନିଯୁକ୍ତି ଦେଇଛନ୍ତି ଦିବ୍ୟରଞ୍ଜନ ଙ୍କ ମା କବିତା ସାହୁ l

Leave a Reply

Your email address will not be published. Required fields are marked *