ମହିଳା ସ୍ନାତକ ମହା ବିଦ୍ୟାଳୟ କଲେଜ ସ୍ତରୀୟ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ !!!

0
183

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ତିନି ଦିନ ବ୍ୟାପୀ ବିଭିନ୍ନ ସାଂସ୍କୃତିକ ତଥା ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । 17 ଓ 18 ତାରିଖ ରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ତର୍କ, ସୃଜନଶୀଳ ଲେଖନୀ, କବିତା ଆବୃତ୍ତି, ଶବ୍ଦ ଖେଳ, ଏକକ ନୃତ୍ୟ, ସମ୍ମିଳିତ ନୃତ୍ୟ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା । ଛାତ୍ରୀମାନେ ସେମାନଙ୍କର ପରିଚୟ ପ୍ରଦର୍ଶନ କରିଥିଲେ। ସେହିପରି 19 ତାରିଖରେ ସ୍ଥାନୀୟ ପୋଲିସ ହୋମଗାର୍ଡ କ୍ରୀଡ଼ା ପଡ଼ିଆରେ 100 ମିଟର, 200 ମିଟର ଦୌଡ଼, ସଟଫୁଟ, ଡିସକସ ଜ୍ୟାବଲିନ୍ ଇତ୍ୟାଦି କ୍ରୀଡ଼ା ପ୍ରତିଯୋଗିତା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଛାତ୍ରୀମାନଙ୍କୁ ଉତ୍ସ।ହିତ କରିଥିଲେ । ଅଧ୍ୟାପିକା ଡକ୍ଟର ଭାରତୀ ପାଣିଗ୍ରାହୀ, ସି ଏଚ ନିର୍ମଳା, ଅଧ୍ୟାପକ କେ ସି ପଣ୍ଡିତ, ଗ୍ରନ୍ଥାଗାରକ ଏଲ ଦୁର୍ଯ୍ୟୋଧନ ବିଚାରକ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ଅଧ୍ୟାପିକା ବରଦା ଆଚାର୍ଯ୍ୟ କଲ୍ୟାଣି ମିଶ୍ର କାର୍ଯ୍ୟକ୍ରମ ଗୁଡିକୁ ପରିଚାଳନା କରିଥିଲେ । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀମାନେ ନଭେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ସମସ୍ତ ପ୍ରତିଯୋଗିତା ଗୁଡିକର ଆୟୋଜନରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀ ତଥା ସ୍ବେଚ୍ଛାସେବୀ ସୁପ୍ରିୟା ଲିଜା, ମନୀଷା ଅନୁପମା ଲକ୍ଷ୍ମୀ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here