ବାଙ୍କୀ ମହୋତ୍ସବ ମଞ୍ଚରେ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ନାମ ଘୋଷଣା ପରେ ଦେଖା ଦେଇଛି ବିବାଦ !!!

0
193

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଅଷ୍ଟଶକ୍ତି ପୀଠ ମା ଚର୍ଚ୍ଚିକା କ୍ଷେତ୍ର ବାଙ୍କୀର ଗଣପର୍ବ ହେଉଛି କୁମାର ପୂର୍ଣିମା ! କୁମାର ପୂର୍ଣିମାରେ ଆୟୋଜିତ ହୋଇଥାଏ ବାଙ୍କୀ ମହୋତ୍ସବ ! ବାଙ୍କୀ ର ଐତିହ୍ୟ ସଂସ୍କୃତି ଓ ପରମ୍ପରାର ତ୍ରିବେଣୀ ସଙ୍ଗମ ନାମରେ ଖ୍ୟାତ ବାଙ୍କୀ ମହୋତ୍ସବ ଯେତିକି ଚିତ୍ରିତ ସେତିକି ଚର୍ଚିତ ମଧ୍ୟ ! ପ୍ରତିବର୍ଷ କୌଣସି ନା କୌଣସି କାରଣକୁ ନେଇ ଦେଖାଦିଏ ବିବାଦ , ତେବେ ଚଳିତ ବର୍ଷ ମହୋତ୍ସବ ପୂର୍ବରୁ ଆରମ୍ଭ ହୋଇଛି ଇସ୍ୟୁ ! ମଞ୍ଚରେ ସାଧାରଣ ସଭା , ପ୍ରତିଭା ସମ୍ମାନ , କଳା ପରିବେଷଣ ଇତ୍ୟାଦି କାର୍ଯ୍ୟକ୍ରମ ରହିଛି ! ସମ୍ବର୍ଦ୍ଧିତ ପ୍ରତିଭାଙ୍କ ନାମ ଘୋଷଣା ପରେ ଆରମ୍ଭ ହୋଇଛି ମୃଦୁ ଗୁଞ୍ଜରଣ ! ବିଶେଷ କରି ସାମ୍ବାଦିକତା ପାଇଁ ନାମ ଘୋଷଣା ପରେ କିଛି ସାମ୍ବାଦିକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ! ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ସମ୍ମାନିତ କରାଯିବା ନେଇ କମିଟି ପକ୍ଷରୁ ସ୍ଥିର ହୋଇଛି ! ତେବେ ସ୍ଥିର ହୋଇଥିବା ନାମକୁ ନେଇ କେହି ଅସନ୍ତୁଷ୍ଟ ନଥିବା ସମୟରେ , ଛାପା ଗଣମାଧ୍ୟମ ପ୍ରତିନିଧିଙ୍କୁ ଉପେକ୍ଷା କରାଯାଉଥିବା ନେଇ ସୃଷ୍ଟି ହୋଇଛି ପ୍ରତିକ୍ରିୟା ! ଏପରିକି ଗତ ବର୍ଷ ମଞ୍ଚରେ ସମ୍ବର୍ଦ୍ଧିତ ହୋଇଥିବା ସାମ୍ବାଦିକ ଅନନ୍ତ ପଟ୍ଟନାୟକ ମଧ୍ୟ , ସୋସାଲ ମିଡ଼ିଆ ରେ ସିଧା ସଳଖ ମହୋତ୍ସବ କମିଟି ସମ୍ପାଦକଙ୍କୁ ଆକ୍ଷେପ କରି ପୋଷ୍ଟ କରିଛନ୍ତି ! ସେହିପରି ବାଙ୍କୀର ବରିଷ୍ଠ ସାମ୍ବାଦିକ ତଥା ମା ଚର୍ଚ୍ଚିକା ସାମ୍ବାଦିକ ସଂଘର ସଭାପତି ଅରବିନ୍ଦ ହରିଚନ୍ଦନ କମିଟିର ଦୂରଦର୍ଶିତା ନେଇ ଉଠାଇଛନ୍ତି ପ୍ରଶ୍ନ ! ତେବେ ଏ ପ୍ରସଙ୍ଗ ଏଥର କିଛି ଲୋକଙ୍କ ପାଇଁ ନୂଆ , ହେଲେ ଆମର ଏ ପ୍ରଶ୍ନ ବହୁ ପୁରୁଣା ! ଏପରିକି ମଞ୍ଚରେ ସମ୍ମାନିତ ହେବା ପାଇଁ ଇଛୁକ ବ୍ୟକ୍ତିଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯିବା ପରେ , ଆୱାଜ ମିଡ଼ିଆ ର ବ୍ୟୁରୋ ଚିଫ ତାହାକୁ ବିରୋଧ କରି ସମ୍ପାଦକଙ୍କୁ ପ୍ରଶ୍ନ କରିଥିଲେ ! ଏବେ ଦେଖିବାକୁ ବାକି ରହିଲା , ମହୋତ୍ସବ ଖବର ପ୍ରସାରଣ ବୟକଟ ଚେତାବନୀ ପରେ ଆଗକୁ କଣ ହେଉଛି ସାଲିସ ! ମହୋତ୍ସବ କମିଟି ତାର ନିଷ୍ପତ୍ତିରେ ଅଟଳ ରହୁଛି , ନା ଅସନ୍ତୁଷ୍ଟ ସାମ୍ବାଦିକ ମାନେ ନିଜ ଜିଦ ରେ ଅତୁଟ ରହୁଛନ୍ତି ! ତେବେ ମହୋତ୍ସବ କମିଟିର ପ୍ରତିଷ୍ଠାତା ସଭାପତି , ବାଙ୍କୀର ପୂର୍ବତନ ବିଧାୟକ , ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀ ସମସ୍ୟା ସମାଧାନ ଏତେ ଧୁରନ୍ଧର ଯେ , ବିରୋଧୀ ଦଳ ର କିଛି ନେତା କହୁଛନ୍ତି – ଦେଖ , କିଛି ହେବନି ! ସମସ୍ତେ ଚୁପ ହୋଇ ରହିଯିବେ !

LEAVE A REPLY

Please enter your comment!
Please enter your name here