ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ସର୍ବ ପୁରାତନ ଅସୁରେଶ୍ଵର ପଞ୍ଚାୟତ ଦିକ୍ଷିତପଡା ଗ୍ରାମ ର ଦୁର୍ଗା ମଣ୍ଡପ ଯେଉଁଠାରେ ଦୀର୍ଘ ୨୫୦ ବର୍ଷରୁ ଉର୍ଦ୍ଦ୍ୱ ବର୍ଷ ହେବ ମା’ ଙ୍କ ପୂଜା ବଙ୍ଗୀୟ ପରମ୍ପରା ଅନୁଯାୟୀ ଯଥା ରୀତିନୀତି ଅନୁସାରେ କରାଯାଇଥାଏ । ଓଡିଆ ଭାଷା ସାହିତ୍ୟ ଆନ୍ଦୋଳନ ର କର୍ଣ୍ଣଧାର କର୍ମବୀର ଗୌରୀଶଙ୍କର ରାୟ ମଧ୍ୟ ଏ ପୂଜାକୁ ସେ ସମୟରେ ନିର୍ବାହ କରି ଆସୁଥିଲେ । ଏବେ ତାଙ୍କ ଦାୟାଦ ଏବଂ ଗ୍ରାମବାସୀ ମାନେ ମଧ୍ୟ ଅନୁରୂପ ଭାବେ ମହାଆଡମ୍ବର ରେ ପୂଜା ପାଳନ କରି ଆସୁଛନ୍ତି । ମା ଦୁର୍ଗା ଏଠି ସିଂହବାହିନୀ ବେଶରେ ଚାନ୍ଦୀ ଅଳଙ୍କାର ଆଭୂଷଣ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । କଟକ ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଜିଲ୍ଲାରୁ ମଧ୍ୟ ଶହ ଶହ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ କରିବା ନିମନ୍ତେ ଛୁଟି ଆସିଥାନ୍ତି । ଏହି ପୂଜା ରେ ଏକ ନିଆରା ଭକ୍ତି ଭାବ ଦେଖିବାକୁ ମିଳିଥାଏ । ଭକ୍ତଙ୍କ ମନସ୍କାମନା ପୁରଣ ହେଲେ ମା’ଙ୍କୁ ଆଳତି ପ୍ରଦାନ କରିଥାନ୍ତି , ଯାହାକୁ ଜୟା ଆଳତି ବୋଲି କୁହାଯାଏ । ଚଳିତ ବର୍ଷ ୨୦ରୁ ଅଧିକ ଜୟା ଆଳତି ଲାଗି ହୋଇଥିଲା । ସେହିପରି କେଣ୍ଟାଳ ପଞ୍ଚାୟତ ପଞ୍ଚାୟତ ମଲ୍ଲିପୁର ର ଜୟ ଦୁର୍ଗା ପୂଜା କମିଟି ପକ୍ଷରୁ ଏକାଦଶ ଦୁର୍ଗା ପୂଜା ମହାଆଡମ୍ବର ରେ ପାଳନ କରାଯାଉଛି । ସୁସଜ୍ଜିତ ଆଲୋକ ରେ ମା ‘ଙ୍କ ମଣ୍ଡପ ସଜା ଯାଇଛି । ମା’ଙ୍କ ଦର୍ଶନ ନିମନ୍ତେ ସଂନ୍ଧ୍ୟା ସମୟ ରେ ପ୍ରବଳ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଛି । ମହାନବମୀ ରେ ମା’ ଙ୍କ ନିକଟରେ ପୁଷ୍ପାଣ୍ଡ ବଳି ପକା ଯାଇଥିଲା ।
କର୍ମବୀର ଙ୍କ ଜନ୍ମମାଟି ରେ ୨୫୦ ବର୍ଷର ଦୁର୍ଗା ପୂଜା ପାଳନ !!!

