ରାସ୍ତାମଝିରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ଟ୍ରକ : ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍ପର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ ନୂଆଗଡ ସ୍ଥିତ ମଙ୍ଗଳା ମନ୍ଦିର ନିକଟସ୍ଥ ଜାତୀୟ ରାଜପଥ ଉପରେ ଏକ ଚଳନ୍ତା ଟ୍ରକରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି ! ଅଳ୍ପକେ ବର୍ତ୍ତି ଯାଇଥିଲେ ଟ୍ରକ ଚାଳକ ଓ ହେଲ୍ପର l ସୂଚନା ମୁତାବକ ରାତ୍ର ୧0 ଟା ସମୟରେ ଯାଜପୁର ରୋଡ଼ ପଟୁ ଏକ ଟ୍ରକ ନଂ OD 09G 5919 ନାମକ ଗାଡି କେନ୍ଦୁଝର ଅଞ୍ଚଳକୁ ଯାଉଥିବା ବେଳେ ଯାଜପୁର ରୋଡ଼ ଅଧିନସ୍ଥ ନୂଆଗଡ ଗ୍ରାମର ମଙ୍ଗଳା ମନ୍ଦିର ସାମ୍ନା ଜାତୀୟ ରାଜପଥରେ ଚଳନ୍ତା ଟ୍ରକରେ କୌଣସି କାରଣରୁ ହଠାତ ନିଆଁ ଲାଗିଯାଇଥିଲା l ଫଳରେ ଗାଡି ଚାଳକ ଓ ହେଲ୍ପର କୌଣସି ମତେ ଗାଡିକୁ ରଖି ଡେଇଁ ପଳାଇଥିଲେ l ଫଳରେ ଟ୍ରକଟିରେ ଭାୟାବହ ନିଆଁ ଜଳିଥିଲା l ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ନିଁଆକୁ ଆୟତ୍ତ କରି ପାରିନଥିଲେ ! ତେବେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ l ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ଗାଡି ଚାଳକ ଓ ହେଲ୍ପରଙ୍କ କୌଣସି କ୍ଷତି ହୋଇନଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ l ତେବେ ଟ୍ରକଟି କେନ୍ଦୁଝର ଅଞ୍ଚଳର ବୋଲି ଜଣା ପଡିଥିବା ବେଳେ ସଟସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗିଯାଇଥିଲା ଅନୁମାନ କରାଯାଇଛି l

Leave a Reply

Your email address will not be published. Required fields are marked *