ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ “ ଦୁର୍ନୀତି ନିବାରଣ ସପ୍ତାହ ” କାର୍ଯ୍ୟକ୍ରମ ପାଳନ ଅବସର’ରେ ଶପଥ ପାଠ ଏବଂ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର’ରେ ମହାବିଦ୍ୟାଳୟ ପରିସର’ରେ ଆଜି ସକାଳ ୮ ଟା ବେଳେ ମହିଳା ମହାବିଦ୍ୟାଳୟ’ର ଅଧ୍ୟକ୍ଷା ଡଃ ରୀନା ସାହୁ , ଦୁର୍ନୀତି ନିବାରଣ ସମ୍ପର୍କିତ ବାହାରିଥିବା ଏକ ସଚେତନତା ଶୋଭାଯାତ୍ରା’କୁ ଉଦ୍ଘାଟନ କରିବା ପୂର୍ବକ କର୍ମଚାରୀ ତଥା ଛାତ୍ରୀମାନଙ୍କୁ ସ୍ୱଚ୍ଛତା ଓ ସଚ୍ଚୋଟତା ବଜାୟ ରଖିବା ପାଇଁ କହିବା ସହ ଦୁର୍ନୀତି’ର ମୂଳୋତ୍ପାଟନ ପାଇଁ ସାଧୁତା ଓ ସତ୍ୟନିଷ୍ଠl ରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ’କୁ ସମର୍ଥନ କରିବା ଉଚିତ୍ ବୋଲି ଉଦ୍ବୋଧନ ଦେଇ କହିଥିଲେ । ପରେ “ନାଗରିକଙ୍କ ପାଇଁ ସାଧୁତା’ର ଶପଥ”- ଶୀର୍ଷକ ଏକ ସାମୁହିକ ଶପଥ ପାଠ କରାଇଥିଲେ । ଏହି ଅବସର ରେ ମହାବିଦ୍ୟାଳୟ ର ଅଧ୍ୟାପିକା ଓ କର୍ମଚାରୀ’ଙ୍କ ସମେତ ଛାତ୍ରୀମାନେ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଜନବସତି ଫ୍ରେଣ୍ଡସ କଲୋନୀ ପର୍ଯ୍ୟନ୍ତ ସଚେତନତା ପରିକ୍ରମା କରି ସହରର ରାଜରାସ୍ତା ମଧ୍ୟଦେଇ ମହାବିଦ୍ୟାଳୟ କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ପରିକ୍ରମା ବେଳେ ଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ “ଦୁର୍ନୀତିକୁ ବିରୋଧ କରିବା–ରାଷ୍ଟ୍ର ପ୍ରତି ସମର୍ପିତ ରହିବା”- ପ୍ରଭୃତି ନାରା ଦେଇ ବିଭିନ୍ନ ଠାରେ ଜନ ସଚେତନତା ସୃଷ୍ଟି କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ’ରେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର , ଅଧ୍ୟାପିକା ମଧୁସ୍ମିତା ପ୍ରଧାନ , ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ , ଅଧ୍ୟାପିକା ସି.ଏଚ୍.ନିର୍ମଳା ଙ୍କ ସମେତ ଶ୍ରୀ ଏଲ୍: ଦୁର୍ଯ୍ୟୋଧନ , ରଞ୍ଚିତା କୁମାରୀ ପଟ୍ଟନାୟକ , ଅଶୋକ, କେ. ଦୁର୍ଯ୍ୟୋଧନ ଏବଂ ଶ୍ରୀମତୀ ଲାଲି ଖଡ଼ଗରାୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।