କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ପଦ୍ମପୁର ଅଙ୍ଗନୱାଡି କେନ୍ଦ୍ରରେ ଦୁର୍ନୀତି ହେଉଥିବା ନେଇ ପଦ୍ମପୁର ଗ୍ରାମର ହେମନ୍ତ କୁମାର ସାମଲ ସୂଚନା ଅଧିକାର ଆଇନ ବଳରେ ସୂଚନା ମାଗିଥିଲେ । ଯାହାକୁ ନେଇ ଦୁର୍ନୀତି ଧରା ପଡିଯିବା ଭୟରେ ଅଙ୍ଗନୱାଡି କର୍ମୀ ନିଜ ସମ୍ପର୍କୀୟ ମାନଙ୍କ ଦ୍ୱାରା ସୂଚନା କର୍ମୀ ହେମନ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିବା ଓ ଜୀବନରୁ ମାରିଦେବା ଧମକ ସମେତ ମିଥ୍ୟା ଅଭିଯୋଗ କରିଥିବା ହେମନ୍ତ ଅଭିଯୋଗ କରିଛନ୍ତି । ଅପରପଟେ ଯଦି ମାଗିଥିବା ସୂଚନାର ତଥ୍ୟ ପ୍ରଦାନ କରାନଯାଏ ଓ ନ୍ୟାୟ ନ ମିଳେ ତେବେ ଆଗାମୀ ଦିନରେ ଉପରିସ୍ଥ ଅଧିକାରୀ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ହେମନ୍ତ ।
ସୂଚନା ଅଧିକାର କର୍ମୀ ଙ୍କୁ ଆକ୍ରମଣ ସହ ମିଥ୍ୟା ଅଭିଯୋଗ !!!

