ବାଙ୍କୀ ମହୋତ୍ସବକୁ ବଦନାମ କରିବା ଉଦେଶ୍ୟ ରେ ଟିଭି ଚ୍ୟାନେଲ ରେ ଖବର ପ୍ରସାରଣ ନେଇ ଅସନ୍ତୋଷ !!!

0
233

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ଗଣପର୍ବ କୁମାର ପୂର୍ଣିମା ଅବସରରେ ଚାଲିଥିବା ବାଙ୍କୀ ମହୋତ୍ସବ ଉଦଯାପିତ ହୋଇଯାଇଛି ! ରଙ୍ଗାରଙ୍ଗ ପରିବେଶ ରେ ପାଞ୍ଚ ଦିନ ଧରି ଆୟୋଜିତ ବାଙ୍କୀ ମହୋତ୍ସବ ସମୟରେ କଚେରୀ ପଡିଆରେ ଦେଖିବାକୁ ମିଳିଥିଲା ଜନ ସମୁଦ୍ର ! ଅନ୍ତିମ ଦିନରେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗଦେଇ ବାଙ୍କୀ ମହୋତ୍ସବର ଗାରିମା କୁ ପ୍ରଶଂସା କରିଥିଲେ ! ତେବେ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଦେଖା ଦେଇଥିବା ସାମାନ୍ୟ ବିଭ୍ରାଟକୁ , କନକ ଟିଭି ଅତିରଞ୍ଜିତ କରି ଖବର ପ୍ରସାରଣ ସହ ଓଲିଉଡ଼ ରେ ଚାଲିଥିବା ଉପକୁଳ ଏବଂ ପଶ୍ଚିମ ଓଡିଶା ବିବାଦରେ ଛନ୍ଦିବା କାରଣରୁ ଦେଖା ଦେଇଛି ଅସନ୍ତୋଷ ! ସୁନାମଧନ୍ୟ କଣ୍ଠ ଶିଳ୍ପୀ ମଣ୍ଟୁ ଛୁଆରୀ ଙ୍କୁ ବାଙ୍କୀ ମହୋତ୍ସବ ରେ ଦର୍ଶକ ଙ୍କ ବିରୋଧ ପରି ମନଗଢା କାହାଣୀ ପ୍ରସାରଣ କୁ ଖଣ୍ଡନ କଲେ ମହୋତ୍ସବ କମିଟି ର ଉପସଭାପତି ଓ ସୁନାମଧନ୍ୟ କଳାକାର ଆଉ ଦର୍ଶକ ! ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଙ୍କୁ ମହୋତ୍ସବ ମଞ୍ଚ ପାଖରେ କରାଯାଇନାହିଁ ଦର୍ଶକ ଙ୍କ କୌଣସି ବିରୋଧ. ଏହାକୁ ସିଧାସଳଖ ଖଣ୍ଡନ କଲେ ମଞ୍ଚ ପରିଚାଳକ ଓ ମହୋତ୍ସବ ର ଉପସଭାପତି ସନାତନ ବେହେରା. ନିଜ ସ୍ୱାର୍ଥ ପାଇଁ ମହୋତ୍ସବକୁ ବଦନାମ କରିବା ଉଦେଶ୍ୟ ରେ ଏକ ନିଦ୍ଧିଷ୍ଟ ଟିଭି ଚ୍ୟାନେଲ କରିଛି ଖବର ପ୍ରସାରଣ ! ଏପରି ସାଙ୍ଘାତିକ ଅଭିଯୋଗ ଆଣିଲେ ଓଡ଼ିଶାର ନାମୀ କଳାକାର ତଥା ସ୍ଥାନୀୟ ବାଙ୍କୀ ମାଟିର ପୁଅ ଦେବୀଦତ୍ତ ବିଭୁତି ରାୟ ! ସେପଟେ ଦର୍ଶକ ମାନେ ମଣ୍ଟୁ ଛୁରିଆଙ୍କ ଗୀତ ରେ ଖୁସି ହୋଇ ଝୁମି ଉଠୁଥିଲେ ! ନିର୍ଦ୍ଧାରିତ ସମୟ ମଧ୍ୟ ରେ ବାଙ୍କୀ ମହୋତ୍ସବ ର ତୃତୀୟ ସନ୍ଧ୍ୟା ସାରିଥିବା କହିଛନ୍ତି ମହୋତ୍ସବ କମିଟି ର ସଦସ୍ୟ ! ମଞ୍ଚ ଉପରକୁ ପୋଲିସ ଆସିବା ର ମୁଖ୍ୟ କରଣ ରହିଥିଲା ନିର୍ଦ୍ଧାରିତ ସମୟ ମଧ୍ୟ ରେ ଏ ରଙ୍ଗରଙ୍ଗ କାର୍ଯ୍ୟକ୍ରମ କୁ ବନ୍ଦ କରାଯାଉ ! ଏଭଳି ବାଙ୍କୀ ମହୋତ୍ସବ କୁ ବଦନାମ କରୁଥିବା ନିଦ୍ଧିଷ୍ଟ ଚ୍ୟାନେଲ ର ଖବର ପ୍ରସାରଣ କୁ ତୀବ୍ର ନିନ୍ଦା କରାଯାଇଛି. ତେବେ ସୋସିଆଲ ମିଡ଼ିଆ ରେ ବାଙ୍କୀ ମହୋତ୍ସବ କୁ ବୟକଟ୍ କରିବା ପାଇଁ ପୋଷ୍ଟ କରି ଚର୍ଚ୍ଚା କୁ ଆସିଥିବା ବେଳେ ଏହି ମହୋତ୍ସବ ର ନ୍ୟୁଜ୍ କରିଲେ କିପରି ବୋଲି ଏକ ପ୍ରକାର ପ୍ରଶ୍ନ ଉଠିଥିବା ବେଳେ ଆଗକୁ ଏହି ନ୍ୟୁଜ୍ ଚାନେଲ୍ କୁ ବାଙ୍କୀ ର ସାଧାରଣ ଲୋକ ବୟକଟ୍ କରିବେ ବୋଲି ଚେତାବନୀ ଦେଇଛନ୍ତି । ବାଙ୍କୀର ନିର୍ଦ୍ଦିଷ୍ଟ ଗଣମାଧ୍ୟମ ର ପ୍ରତିନିଧି ଙ୍କର ଏପରି କାର୍ଯ୍ୟକଳାପ କୁ ତିବ୍ର ନିନ୍ଦା କରାଯାଉଛି ।

 

LEAVE A REPLY

Please enter your comment!
Please enter your name here