ଓଡ଼ିଶା – ଆନ୍ଧ୍ର ସୀମାନ୍ତ ରେ ବାଇକ୍ ଚୋରୀ ରାକେଟକୁ ଧରିଲା ଆଦର୍ଶ ଥାନା ପୋଲିସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆଦର୍ଶ ପୋଲିସ ଥାନାରେ ଗତ କିଛି ଦିନ ତଳେ ପ୍ରଶାନ୍ତ କୁମାର ଭୂପତି ନୂତନ ଆଇଆଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ. ଶ୍ରୀ ଭୂପତି ଦାୟିତ୍ୱ ଗ୍ରହଣ କରିବା ପରେ 2 ଚକିଆ ଯାନ ଚୋରି ଘଟଣାର ଅଭିଯୋଗ କ୍ରମେ ତଦନ୍ତ ଓ ଅନୁଧ୍ୟାନ ଆରମ୍ଭ କରିଥିଲେ। ପାରଳା ଥାନାର ଆଇଆଇସି ଭାବେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ସଫଳତା ହାସଲ କରି ଆନ୍ଧ୍ର – ଓଡିଶା ସୀମାନ୍ତରେ ଚାଲିଥିବା ବାଇକ ଚୋରା ରାକେଟକୁ ଧରିବାରେ ସକ୍ଷମ ହୋଇପାରିଛନ୍ତି. ଘଟଣାରୁ ପ୍ରକାଶ ଯେ ଓଡିଶା – ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଓ ଶ୍ରୀକାକୁଲମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦୀର୍ଘଦିନ ଧରି ସକ୍ରିୟ ଥିବା ଏକ ମୋଟର ସାଇକଲ ଚୋର ଗ୍ୟାଙ୍ଗକୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଧରିବାରେ ସଫଳ ହୋଇଛି ।ଏ ସଂକ୍ରାନ୍ତରେ ପୋଲିସ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ଟେକେଲି ଗ୍ରାମ ସ୍ଥିତ କଣ୍ଡରା ସାହିର ଜଣେ ଅଭିଯୁକ୍ତ ହରିଶ ଚନ୍ଦ୍ର ବେହେରାକୁ ଗିରଫ କରା ଯାଇଥିବା ବେଳେ ତା ଠାରୁ ୩ ଟି ମୋଟର ସାଇକଲ ଉଦ୍ଧାର କରାଯାଇଛି ।ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଜଣାଯାଇଛି ଯେ ଗତ ୨୮/୧୦/୨୦୨୩ ତାରିଖ ଦିନ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅମରା ଗ୍ରାମ’ର ରାଇପିଲି ନରସିମ୍ମା ସନ୍ଧ୍ୟା ସମୟରେ ନିଜ ନୀଳ ରଙ୍ଗର ହୋଣ୍ଡା ମୋଟର ସାଇକେଲ ପାରଳା ରେଳ ଷ୍ଟେସନ ନିକଟସ୍ଥ ପାର୍କିଂ ଷ୍ଟାଣ୍ଡ’ରେ ରଖି ରାଜ୍ୟରାଣୀ ଏକଷ୍ପ୍ରେସ ଟ୍ରେନ’ରେ ଛାଡ଼ିବା ପାଇଁ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଯାଇଥିଲେ । ତେବେ ଷ୍ଟେସନରୁ ଟ୍ରେନ ଛାଡ଼ିବା ପରେ ରାଇପିଲୀ ନରସିମ୍ମା ତାଙ୍କ ମୋଟର ସାଇକଲ ନେବା ପାଇଁ ଆସି ଦେଖିଲା ବେଳକୁ ସେଠାରେ ମୋଟର ସାଇକଲ ନାହିଁ କେହି ଚୋର ତାହା ଚୋରି କରି ନେଇଯାଇଛି ।ତତକ୍ଷଣାତ ରାଇପିଲୀ ନରସିମ୍ମା ନିଜର ମୋଟର ସାଇକଲ ଚୋରି ହୋଇ ଯାଇଥିବା ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ମୋଟର ସାଇକଲ ଚୋରିଯିବା ଘଟଣା’ର ଲିଖିତ ଅଭିଯୋଗ ରିପୋର୍ଟ ପ୍ରକାରେ ପାରଳା ଆଦର୍ଶ ଥାନା ପକ୍ଷରୁ ଏ ସଂକ୍ରାନ୍ତରେ କେଶ ନଂ ୩୩୪ ତା: ୨୮/୧୦/୨୦୨୩ ରିଖ – ଆଇପିସି: ଧାରା ୩୭୯ ପ୍ରକାରେ ମକଦ୍ଦମା ଦାଏର କରିବା ସହ ଏ ଦିଗରେ ପାରଳା ଆଦର୍ଶ ଥାନା ପୋଲିସ ତୁରନ୍ତ ତତ୍ପରତା ପ୍ରକାଶ କରି ମଡେଲ ଥାନାର ନୂତନ ଥାନାଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଭୂପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚୋରି ଘଟଣାର ଅନୁସନ୍ଧାନ ଜାରୀ ରହିଥିବା ବେଳେ ଅଭିଯୁକ୍ତ ତୁରନ୍ତ ଚିହ୍ନଟ ହୋଇ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ମୋଟର ସାଇକଲ ଉଦ୍ଧାର କରିବାରେ ପୋଲିସ ସଫଳ ହୋଇଥିବା ଜଣାପଡିଛି ।ଅଭିଯୁକ୍ତ ହରିଶ ଚନ୍ଦ୍ର ବେହେରାକୁ ପାରଳା ପୋଲିସ ଚୋରି ଘଟଣା ସମ୍ପର୍କରେ ଅଧିକ ଜେରା କଲା ବେଳେ ଅଭିଯୁକ୍ତ ହରିଶ ବେହେରା ସେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ କାଶୀନଗର ଏବଂ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫ ଟି ମୋଟର ସାଇକଲ ଚୋରି କରିଥିବା ମାନି ନେଇଥିଲା ଏବଂ ଚୋରି ଯାଇଥିବା ମୋଟର ସାଇକଲ ଗୁଡ଼ାକ ପୋଲିସ ପକ୍ଷରୁ ଉଦ୍ଧାର କରା ଯାଇଥିବା ଜଣାପଡିଛି ।ଅନ୍ୟପକ୍ଷରେ ମୋଟର ସାଇକଲ ଚୋରି କରା ଯାଇଥିବା ବେଳେ ବ୍ୟବହାର କରା ଯାଉଥିବା ୩ ଟି ନକଲି ତଥା ମାଷ୍ଟର ଚାବି ଅଭିଯୁକ୍ତ ହରିଶ ବେହେରା ଠାରୁ ଉଦ୍ଧାର କରାଯାଇଛି ।ତେବେ ଏହି ଚୋରୀ ଘଟଣା ରାକେଟ’ରେ ସଂପୃକ୍ତ ଥିବା ଅନ୍ୟ ସହଯୋଗୀ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ଚୋରି ଯାଇଥିବା ମୋଟର ସାଇକଲ ଗୁଡ଼ିକ ଉଦ୍ଧାର କରିବା ପାଇଁ ଏକ ଟିମ୍ ଗଠନ କରାଯାଇଛି । ଗିରଫ ତଥା ଅଭିଯୁକ୍ତ ହରିଶ ବେହେରା’କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ’କୁ ଚାଲାଣ କରାଯାଇ ଚୋରୀ ଘଟଣା ସମ୍ପର୍କରେ ତଦନ୍ତ ଜାରୀ ରହିଛି ବୋଲି ଆଦର୍ଶ ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *