ପିଆଜ ଦରବୃଦ୍ଦି ପାଇଁ ନବୀନ – ମୋଦି ଙ୍କ ଇସ୍ତଫା ଦାବୀ କଲା ମହିଳା କଂଗ୍ରେସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ପିଆଜ ଦରବୃଦ୍ଦି ପାଇଁ ନବୀନ – ମୋଦି ଙ୍କ ଇସ୍ତଫା ଦାବୀ କଲା ମହିଳା କଂଗ୍ରେସ ! ନିତ୍ୟ ବ୍ୟବହାର୍ଯ୍ୟ ପିଆଜ ର ମାତ୍ରାଧିକ ଦରବୃଦ୍ଦି ହାଣ୍ଡିଶାଳ ଉପରେ ଚଡକ ପକାଇଥିବା କହି ବିଜେଡି ବିଜେପି ସରକାର ବିରୁଦ୍ଧରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦାଶଙ୍କ ନେତୃତ୍ୱରେ ଶରଣକୂଳ ଲଡ଼ୁବାବା ମନ୍ଦିର ପ୍ରାଙ୍ଗଣରେ ଶତାଧିକ ମହିଳାଙ୍କୁ କେଜି ପ୍ରତି ୩୦ ଟଙ୍କା ଦରରେ ପିଆଜ ବିକ୍ରି କରି ମହିଳା ମାନେ ଅଭିନଵ ପ୍ରତିବାଦ କରାଯାଇଥିଲା l ୨୩ ବର୍ଷାରେ ନବୀନ ସରକାର ରାଜ୍ୟରେ ପିଆଜ ଚାଷ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇ ନପାରିବା ଏବଂ ପିଆଜ ର ଅଭାବ ଦୂର କରାଇବା ରେ ବିଫଳ ନବୀନ ମୋଦି ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉ ଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ l ପିଆଜ ଦରବୃଦ୍ଦି ବିରୁଦ୍ଧରେ ବିକ୍ଷୋଭ ପାଇଁ ସାଧାରଣ ଖାଉଟି ମଧ୍ୟ ସମର୍ଥନ ଜଣାଇଥିଲେ l ଏହି କାର୍ଯ୍ୟକ୍ରମ ରେ ଡିସିସି ମିଡ଼ିଆ ସଂଯୋଜକ ବୃନ୍ଦାବନ ନାୟକ, ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ପ୍ରତୀକ ମହାପାତ୍ର, ଜିଲ୍ଲା ସେବା ଦଳ ମୁଖ୍ୟ ବିମଳ ଦାଶ, ରାଜ୍ୟ ମହିଳା କଂଗ୍ରେସ ନେତ୍ରୀ ଶଶୀରେଖା ମହାରଣା ଏବଂ ବହୁ ଦଳୀୟ କାର୍ଯ୍ୟକର୍ତା ଙ୍କ ସମେତ ଶତାଧିକ ମହିଳା ଯୋଗଦେଇ ବିଜେପି ବିଜେଡି ସରକାର ବିରୁଦ୍ଧରେ ନାରାବାଜି କରି ପିଆଜ ଦର କମାଇବା ପାଇଁ ଦାବୀ କରିଥିଲେ l

Leave a Reply

Your email address will not be published. Required fields are marked *