ନୟାଗଡ ରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ! ଏହି ଅବସରରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଚେତନତା ସଭାର ଆୟୋଜନ ହୋଇଥିବା ବେଳେ, ମିଶନ ଶକ୍ତି ମା’ ମାନେ ନାରା ଦେଇ ଏକ ଶୋଭାଯାତ୍ରା ରେ ସଚେତନତା ପ୍ରଦାନ କରିଛନ୍ତି ।ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଚାରୁ କୁମାର ବଳ, ଭିଜିଲାନ୍ସ ଡ଼ିଏସପି ପ୍ରତ୍ୟୁଷ ମହାପାତ୍ର, ମିଶନ ଶକ୍ତି ର ଡିପିଏମ ସମିଧା ପାଢ଼ୀ ଓ ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜିଲାପାଳଙ୍କ କାର୍ଯ୍ୟାଳୟ ରୁ ନୟାଗଡ଼ ପଞ୍ଚାୟତ ସମିତି ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସମାଜ କୁ ଦୁର୍ନୀତି ମୁକ୍ତ ରଖିବା, ଅଧର୍ମ ବିତ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ, ଆସ ଭାଇ ଆମେ ଏକାଠି ହେବା ଲାଞ୍ଚୁଆ ଲୋକଙ୍କୁ ଧରାଇ ଦେବା, ଦୁର୍ନୀତି କୁ ସାମାଜିକ ବାସନ୍ଦ ଓ ଦୁର୍ନୀତି ଦୂର କରନ୍ତୁ, ସୁସ୍ଥ ସମାଜ ଗଢନ୍ତୁ ଆଦି ବିଭିର୍ଣ୍ଣ ନାରାବାଜି ସହିତ ମିଶନ ଶକ୍ତି ମା’ ମାନେ ଏକାଠି ହୋଇ ସଚେତନ ବାର୍ତ୍ତା ବାଣ୍ଟିଥିଲେ ।

Leave a Reply

Your email address will not be published. Required fields are marked *