ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବ୍ଲକ ଖଳିପଲ୍ଲୀ ଗ୍ରାମରୁ ସାମନାକୁ ଆସିଲା ଏକ ଭିନ୍ନ ଧରଣର ବିବାଦ ! ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଖଳିପଲ୍ଲୀ ଗ୍ରାମରେ ଏକ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଆରମ୍ଭ ହୋଇଛି ଦୁଇ ଗୋଷ୍ଠୀ ମଧ୍ୟରେ ଛକପଞ୍ଚା ! ଗ୍ରାମର ଏକ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ସରପଞ୍ଚ ପ୍ରଥମେ କଂଗ୍ରେସ ସମର୍ଥକଙ୍କୁ ଅନୁମତି ଦେଇଥିବା ସମୟରେ , ଏବେ ଶାସକ ଦଳର କିଛି ସମର୍ଥକ କାମ କରିବା ପାଇଁ ବାହାରିଛନ୍ତି ! ଯାହାକୁ ନେଇ ଆରମ୍ଭ ହୋଇଛି ଟଣା ଓଟରା ! ଘଟଣା କୁ ନେଇ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳି ନଥିଲେ ସୁଦ୍ଧା ପ୍ରଥମେ କାମ ପାଇଁ ମଞ୍ଜୁର ପାଇଥିବା ଜଣେ କଂଗ୍ରେସ ସମର୍ଥକ ଦେଇଛନ୍ତି ଏପରି ବୟାନ ! ତେବେ ଅନ୍ୟ ଗୋଟିଏ କଥା ହେଲା , ପଞ୍ଚାୟତ ନିର୍ବାଚନ ସମୟରେ ସରପଞ୍ଚ ଶାସକ ଦଳ ସମର୍ଥିତ ପ୍ରାଥୀଙ୍କ ବିରୋଧରେ ଲଢ଼ି ଜିତିଥିଲେ ! କିନ୍ତୁ ଏବେ ସେ କେଉଁ ଦଳର ତାହା ଅସ୍ପଷ୍ଟ !
ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଆରମ୍ଭ ହୋଇଛି ଦୁଇ ଗୋଷ୍ଠୀ ମଧ୍ୟରେ ଛକପଞ୍ଚା !!!

