ନଦୀରେ ବୁଡି ଜଣେ ମୃତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମାଉସୀ ଘରକୁ ଲଷ୍ମୀ ପୂଜା ଦେଖିବାକୁ ଆସି , ନଦୀକୁ ଗାଧୋଇ ଯାଇଥିବା ବେଳେ ନଦୀରେ ବୁଡି ନାବାଳକ ମୃତ । ଆଜି ଅପରାହ୍ନ 4 ଟା ସମୟ ରେ ଯାଜପୁର ସଦର ଥାନା ମତାବାଦ ନିକଟରେ ବୈତରଣୀ ନଦୀର ଶାଖା ବୁଢା ନଦୀ ଘାଟ ରେ ଘଟିଛି ଏଭଳି ଅଘଟଣ । ତିନିଜଣ ସାଙ୍ଗ ବୁଢା ନଦୀକୁ ଗାଧୋଇ ଯାଇଥବା ବେଳେ ନଦୀରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିବାକୁ ସମର୍ଥ ହୋଇଥିବା ବେଳେ ଜଣେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ଚେତାଶୁନ୍ୟ ଅବସ୍ଥାରେ ନିଖୋଜ ନାବାଳକଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକତ୍ସାଲୟ କୁ ଆଣିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କଲେ । ମୃତକ ହେଲେ ସାନସୁଆର ଅଂଚଳର ୧୪ ବର୍ଷର ବାଳକ ଲିପୁନ ଜେନା । ମୃତ୍ୟୁ ଖବର ଜଣାପଡିବା ପରେ ସମଗ୍ର ଅଞ୍ଚଳ ରେ ଶୋକାକୁଳ ପରିସ୍ଥିତି ସୃଷ୍ଠି ହୋଇଛି । ସଦର ଥାନା ପୋଲିସ ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖଛି ।

Leave a Reply

Your email address will not be published. Required fields are marked *