ଗତ କାଲି ୧୯୪ ରୁ ୧୮୦ କୁ ଖସିଛି ଦେଶରେ କରୋନା ଆକ୍ଟିଭ କେସ୍ : ୧୩୨୮ ଦିନରେ ଚିନ୍ମୟ ପହଞ୍ଚିଛି ଫାଉଣ୍ଡେସନର ନିରବଚ୍ଛିନ୍ନ ପ୍ରକ୍ରିୟାରେ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗତ ସାତ ତାରିଖ ଦିନ ଦେଶରେ କରୋନା ଆକ୍ଟିଭ କେସ ୧୯୪ ଥିବା ବେଳେ ଗତ କାଲି ତାହା ୧୮୦କୁ ଖସିଛି । ଦୃତ ମାତ୍ରାରେ ହ୍ରାସ ପାଇବାରେ ଲାଗିଛି କରୋନାର ଭୟାବହତା । ଅନ୍ୟ ପକ୍ଷରେ ଆଉ ଦୁଇଦିନ ପରେ ଆରମ୍ଭ ହୋଇଯିବ ଦୀପାବଳୀ ସହ ବିଭିନ୍ନ ପାର୍ବଣ ଓ ମହୋତ୍ସବର ଭିଡ । ବିଭିନ୍ନ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ଜମିବ । ଧୂଳି ଧୁଆଁରେ ପ୍ରଦୂଷିତ ହେବ ରାସ୍ତାଘାଟ। ପାର୍ବଣର ପ୍ରଦୂଷଣ ଓ କୋଭିଡ୍ ମହାମାରୀରୁ ରକ୍ଷା ନିମନ୍ତେ ମାକ୍ସ୍ ଓ ସାନିଟାଇଜର ବ୍ୟବହାରର ନିତ୍ୟାନ୍ତ ଆବଶ୍ୟକତା ରହିଛି। ଏ ସବୁକୁ ଉପଲବ୍ଧ କରି ଯାଜପୁର ଜିଲ୍ଲା ବାବଲ ପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ରାଜ୍ୟର ବିଭିନ୍ନ ସ୍ଥାନରେ ମାକ୍ସ, ସାନିଟାଇଜର ବଣ୍ଟନ ସହ ଗରିବ ଓ ଅସହାୟ ଲୋକଙ୍କୁ ରିଲିଫ୍ ବଣ୍ଟନ ସହ ସେବା କାର୍ଯ୍ୟ ଜାରି ରହିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଦିନ ସଂଖ୍ୟା ୧୩୨୭ ଓ ୧୩୨୮ ଦୁଇଦିନ ଅର୍ଥାତ୍ ସୋମବାର ତା ୦୮/୧୧/୨୦୨୩ ରିଖ ବୁଧ ବାର ଓ ତା୦୯/୧୧/୨୦୨୩ରିଖ ଗୁରୁବାର ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଯୁବରାଜ ମଲ୍ଲିକ,ଅଜୟ ମଲ୍ଲିକ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି। ଆଗାମୀ ଡ଼ିସେମ୍ବର ଏକ ତାରିଖ ଦିନ କୋଭିଡ୍ କିଟ୍ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବ ମାତ୍ର “ମିଶନ ଅମୃତ ହସ୍ତମ୍” ମାଧ୍ୟମରେ ଗରିବ ଓ ଅସହାୟ ବ୍ୟକ୍ତି ମାନଙ୍କୁ ରିଲିଫ୍ ବଣ୍ଟନ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଜାରି ରହିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।

 

Leave a Reply

Your email address will not be published. Required fields are marked *