ଚାରିପ୍ରାଣୀଙ୍କ ମୁଣ୍ଡ ବାଜୁଥିବା ନୁଆଁଣିଆ ଚାଳ ଘର କେବେ ପକ୍କା ହେବ ????

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସରକାର କିଏ ! ପ୍ରଶାସନ କଣ !! ଏସବୁ ଶବ୍ଦର ଅର୍ଥ ଏମାନେ ଜାଣନ୍ତି ନାହିଁ | କେବଳ ଜାଣନ୍ତି ସରପଞ୍ଚ ଆଉ ବିଧାୟକଙ୍କୁ | ସେମାନଙ୍କୁ ଭଗବାନ ଭାବି ଆଶୀର୍ବାଦ ଲୋଡ଼ନ୍ତି , ଆଉ ନିଜ ଅସୁବିଧାକୁ ତଥାକଥିତ ଚଳନ୍ତି ଭଗବାନଙ୍କର ଚେଲାଚାମୁଣ୍ଡାଙ୍କ ପାଖେ ଗୁହାରି କରନ୍ତି | ଏହି ଦଳିତ ଆଦିବାସୀ ମାନେ କିନ୍ତୁ ବହୁତ ନିରୀହ ଏବଂ ସରଳ ମଣିଷ ଅଟନ୍ତି | ଭାଗ୍ୟ ଆଉ କର୍ମକୁ ସମ୍ମାନ ଦେଇ କେବଳ ନିଜ କର୍ତ୍ତବ୍ୟକୁ ପାଳନ କରନ୍ତି | ଏପରି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲାର ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଂଚାୟତରେ | ଯେଉଁଠାରେ ସରକାରୀ ସହାୟତା ସେମାନଙ୍କ ପାଖରେ ସାତ ସପନ | ବିଗତ ଦିନରେ ମନେରଗା ଦୁର୍ନୀତି ପାଇଁ ଚର୍ଚ୍ଚାରେ ଥିବା ସର୍ବ ବୃହତ ତାଳବସ୍ତ ପଂଚାୟତର ପଦନପୁର ଗ୍ରାମର ନୋଧାସାହିର ସୁଭଦ୍ରା ଓ ପ୍ରମୋଦ ନାଏକଙ୍କ ପରିବାରର ଘର ହିଁ କହିଦେବ ଗରିବ କାହାକୁ କୁହନ୍ତି | ପାଖ ଚନ୍ଦକା ଡମପଡା କି ତାଳବସ୍ତ ଖଡ଼ି ମାଇନିଙ୍ଗୀ ଜଙ୍ଗଳରୁ ନୀତି କାଠ ଆଣି ହୋଟେଲ ଢ଼ାବା ମାନଙ୍କରେ ବିକ୍ରି କରି ଦୁଇ ପଇସା ରୋଜଗାର କରନ୍ତି | ଅଭୟାରଣ୍ୟ ପାଇଁ ବନ ବିଭାଗ ଜଙ୍ଗଲକୁ ଯିବାକୁ ବାରଣ ସାଙ୍ଗକୁ ଲୋକ ମାନଙ୍କର ଅତ୍ୟଧିକ ଗ୍ୟାସ ଜାଳେଣି ଉପରେ ନିର୍ଭର କରିବା ଏମାନଙ୍କ ପେଟକୁ ନାତ ମାରିଛି | ତଥାପି ସେମାନେ ହାରିନାହାନ୍ତି | ଅଳ୍ପ ସ୍ୱଳ୍ପରେ ଜୀବନକୁ ବଂଚେଇ ପାରିଛନ୍ତି | ସୁଭଦ୍ରା ନାଏକ ସଭ୍ୟ ସମାଜ ପାଇଁ ଉଦାହରଣ ପାଲଟି ଘରପାଖ ଛୋଟ ଜଙ୍ଗଲରୁ କାଠ ହାଣି ବିକ୍ରିକରି ଦୁଇ ପୁଅଙ୍କୁ ପାଠ ପଢ଼ାଉଛନ୍ତି | ବଡ଼ ପୁଅ ନିକଟରେ ଥିବା ହଳଦିଆ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ସାନ ପୁଅ ଗାଁ ସ୍କୁଲରେ ନବମ ଶ୍ରେଣୀରେ ପଢୁଛନ୍ତି | ଘରେ ଅଛନ୍ତି ନବେ ବର୍ଷ ବୟସର ରୋଗୀଣା ମାଆ | ଅସୁସ୍ଥ ସ୍ୱାମୀ ଦୁଇଦିନ ମଜୁରୀ କାମ ଗଲେ ନିଜର ଦେହ ଖରାପ ପାଇଁ ବହୁ ସମୟ ଘରେ ବସିବାକୁ ପଡୁଅଛି | ସୁଭଦ୍ରାଙ୍କ ପରିବାରର ଚାରିପ୍ରାଣୀ ରହୁଛନ୍ତି ଗୋଡ ହାତ ମୁଣ୍ଡ ବାଜୁଥିବା ନୁଆଁଣିଆ ଚାଳ ମାଟିକାନ୍ଥ ଘରେ | ସୁଭଦ୍ରା ପ୍ରମୋଦଙ୍କ ଘରଟି ବାଙ୍କୀ ଖୋର୍ଦ୍ଧା ର ମୁଖ୍ୟ ରାସ୍ତାକଡରେ ଥିଲେବି କୋଉ ଜନ ପ୍ରତିନିଧିଙ୍କର ଶୁଭ ଦୃଷ୍ଟି ପଡୁନାହିଁ | ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ବ୍ଲକ ପଂଚାୟତ ଦୌଡ଼ି ଦୌଡ଼ି ଚପଲ ଛିଣ୍ଡିଲାଣି କିନ୍ତୁ ଘରଟିଏ ମିଳିବା ସାତ ସପନ ହୋଇ ରହିଯିବ ବୋଲି ଆମ ପ୍ରତିନଧିଙ୍କୁ କାନ୍ଦି କାନ୍ଦି କୁହନ୍ତି ସୁଭଦ୍ରା ନାଏକ | ଶାସକ ଦଳ ବହୁତ ଗୁଡିଏ ଯୋଜନାକୁ ମାଳମାଳ କରୁଛି, ହେଲେ ସାଧାରଣ ଲୋକଙ୍କ ପାଖରେ ଯାହା ପହଁଚୁଛି ସଚେତନ ଦର୍ଶନ ମାନେହିଁ ଏହି ଦୃଶ୍ୟରୁ ଅନୁମାନ କରି ପାରୁଥିବେ | ଗୋଟେ ଉତ୍ତମ ଶାସନକୁ ଲୋକାଭିମୁଖୀ କରିବାରେ ବାଙ୍କିରେ ବିଧାୟକ ସମ୍ପୂର୍ଣ ଅସମର୍ଥ , ବିରୋଧୀ ଦଳ ମଧ୍ୟ ଗାଢ଼ ନିଦ୍ରାରେ ! ତେଣୁ ମନଇଛା ଶାସକ ଦଳ ନିଜସ୍ୱ ଫାଇଦା ହାସଲ କରୁଛି | ପଂଚାୟତରେ ସୁଭଦ୍ରାଙ୍କ ପରି ଯୋଗ୍ୟ ବ୍ୟକ୍ତି ସରକାରୀ ଘର ପାଉନଥିବା ବେଳେ ଅଯୋଗ୍ୟ ବ୍ୟକ୍ତି ଗୋଟେ ପରିବାରରେ ବାପାପୁଅ ତିନିଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବାର ନଜିର ଡମପଡା ବ୍ଲକରେ ରହିଛି | ବ୍ଲକ ପ୍ରଶାସନ ନୋଧାସାହିର ଉକ୍ତ ଗରିବ ଆଦିବାସୀ ସୁଭଦ୍ରା ନାଏକଙ୍କ ପରିବାର ଉପରେ ଦୃଷ୍ଟି ଦେଇ ଘର ଖଣ୍ଡିଏ ଯୋଗେଇ ଦେବାକୁ ଖବର ପରିବେଷଣ ମାଧ୍ୟମରେ ଅନୁରୋଧ କରାଯାଇଛି |

Leave a Reply

Your email address will not be published. Required fields are marked *