ମଙ୍ଗଳପୁର ମୁଖ୍ୟ ରାଜପଥରୁ ବେଆଇନ ଗୋରୁ ବୋଝେଇ ପିକପ ଜବତ : ଥାନାରେ ଅଟକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ମୁଖ୍ୟ ରାଜପଥରୁ ସ୍ଥାନୀୟ ଲୋକ ମାନଙ୍କ ଦ୍ଵାରା ଏକ ବେଆଇନ ଗୋରୁ ବୋଝେଇ ପିକପ ଗାଡ଼ି ଜବତ କରାଯାଇ ଥାନାରେ ଅଟକ ରଖାଯାଇଛି । ସୂଚନା ମୁତାବକ କିଛି ବ୍ୟକ୍ତି ଏକ ପିକପ ( ନଂ OD 04 Q 5375 ) ଗାଡ଼ିରେ ବେଆଇନ୍ ଗୋରୁ ବୋଝେଇ କରି ଯାଉଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ବେଆଇନ୍ ଗୋରୁ ବୋଝେଇ ପୀକପ ଗାଡ଼ିକୁ ଥାନାରେ ଜିମା ଦେବା ସହିତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ବେଆଇନ୍ ଗୋ ଚାଲାଣକାରି ତିନିଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *