ନଦୀ କୁ ଗାଧେଇବାକୁ ଯାଇ ନାବାଳିକା ନିଖୋଜ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ କୁସିଆପାଳ ବାବୁରାମପାଟଣା ରେ ଅଘଟଣ ! ଗୋବରୀ ନଦୀ କୁ ଦୁଇ ନାବାଳିକା ଗାଧେଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ବୁଡ଼ି ଯାଇଥିଲେ ! ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି ! ଘଟଣା ସ୍ଥଳରେ ଡେରାବିଶ ଅଗ୍ନିଶମ ବିଭାଗ ପହଂଚି ନିଖୋଜ ନାବାଳିକା କୁ ଖୋଜାଖୋଜି ଜାରି ରଖିଛନ୍ତି ! ଉଦ୍ଧାର ହୋଇଥିବା ନାବାଳିକା ଡୁଗୁ ସାହୁ ଏବେ ସୁସ୍ଥ ଥିବା ବେଳେ ନିଖୋଜ ଥିବା ନାବାଳିକା ନେତ ସାହୁ ବୋଲି ଜଣାଯାଇଛି ! ଦୁହେଁ ସାର୍ଟ ପ୍ୟାଣ୍ଟ ପିନ୍ଧି ନଦୀ କୂଳକୁ ଆସିଥିଲେ ! ପ୍ରଥମେ ତାଙ୍କୁ ନାବାଳକ ବୋଲି ସନ୍ଦେହ କରୁଥିବା ବେଳେ ସେମାନଙ୍କ ପରିବାର ଲୋକ ଆସିବାରୁ ଦୁହେଁ ନାବାଳିକା ବୋଲି ଜଣା ପଡିଥିଲା ।

Leave a Reply

Your email address will not be published. Required fields are marked *