ଦୁର୍ନୀତିର ଗନ୍ତାଘର ପାଲଟିଛି ସବରେଜିଷ୍ଟର କାର୍ଯ୍ୟାଳୟ : ନୟାଗଡ ଡିସିସି ପ୍ରେସବାର୍ତ୍ତା ଜରୀଆରେ ଆଣିଲା ଅଭିଯୋଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ରେ ଦୁର୍ନୀତି ର ଗନ୍ତାଘର ପାଲଟିଛି ଜମିବାଡ଼ି କବଲା ରେଜେଷ୍ଟ୍ରି ହେଉଥିବା ସବରେଜିଷ୍ଟର କାର୍ଯ୍ୟାଳୟ l ଦିନ ଦ୍ବିପହରେ 5T ଆଖିରେ ଆଙ୍ଗୁଠି ଗେଂଜି ଜିଲ୍ଲାର ରାଜସ୍ବ ଅଧିକାରୀ ମାନେ ପ୍ରତ୍ୟେକ ଦିନ ଲୁଟି ଚାଲିଛନ୍ତି ଲକ୍ଷାଧିକ ଟଙ୍କା l ଆଶ୍ଚର୍ଯ୍ୟ ହେଲେବି ସତ୍ୟ, ପ୍ରତି ଏକ ଲକ୍ଷ ଟଙ୍କା ଜମି ଦର ପାଇଁ ନୟାଗଡ ସମେତ ଜିଲ୍ଲାର ସମସ୍ତ ସବରେଜିଷ୍ଟର କାର୍ଯ୍ୟାଳୟ ରେ ଖୁଲମଖୁଲା ଆଦାୟ ହେଉଛି ଲାଞ୍ଚ ୩୫୦ ଟଙ୍କା, ଟ୍ରଷ୍ଟ ଡିଡ଼ ଏବଂ ବିବାହ ପଞ୍ଜିକରଣ ପାଇଁ ୬00 ଟଙ୍କା, ସତେ କି ଏହା ଅଘୋଷିତ ଯୁଜର୍ସ ଫି l ତେବେ ଜିଲ୍ଲାରେ ପ୍ରତ୍ୟହ କୋଟି କୋଟି ଟଙ୍କା ମୂଲ୍ୟର ଜମିବାଡ଼ି କବଲା ରେଜିଷ୍ଟ୍ରେସନ ହେଉଥିବା ବେଳେ ଲକ୍ଷେ ଟଙ୍କା ରେ ଯଦି ଉପୁରି ଆଦାୟ ହେଉଛି ୩୫୦ ଟଙ୍କା ତେବେ ପ୍ରତିଦିନ ଆଦାୟ ହେଉଥିବା ଏତେ ଟଙ୍କା ଖାଉଛି କିଏ ବୋଲି 5T ଅଧ୍ୟକ୍ଷ୍ୟ ଭି କେ ପାଣ୍ଡିଆନଙ୍କୁ ପ୍ରଶ୍ନ କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ l ସ୍ଵଛ ଶାସନ ରେ , ବିନା ପଇସାରେ ଲୋକଙ୍କ ଜମି ବାଡି କବଲା ରେଜିଷ୍ଟ୍ରେଶନ କାମ ହେଉନଥିବା ବେଳେ କବଲା ଓ ଅନ୍ୟାନ୍ୟ ରେଜିଷ୍ଟ୍ରେସନ ପାଇଁ ଲୋକଙ୍କୁ ଜବରଦସ୍ତି ପଇସା ଆଦାୟ କରୁଛନ୍ତି ସବରେଜିଷ୍ଟର ଅଫିସର ଜୈନେକ କର୍ମଚାରୀ ରଶ୍ମିକାନ୍ତ ମହାନ୍ତି l କବଲା ଓ ପଟ୍ଟା ରେଜିଷ୍ଟ୍ରେସନ ପାଇଁ 500 ରୁ 1000 ଟଙ୍କା ଉପୁରି ରଖାଯାଉଥିବା ବେଳେ ମ୍ୟାରେଜ ଓ ଟ୍ରଷ୍ଟ ରେଜିଷ୍ଟ୍ରେସନ ପାଇଁ 600 ଟଙ୍କା ଲେଖାଏଁ ଉପୁରି ଟଙ୍କା ଆଦାୟ କରାଯାଉଛି l ଯାହାକୁ ନେଇ ନୂଆଗାଁ ସବରେଜିଷ୍ଟର କାର୍ଯ୍ୟାଳୟରେ ଦିର୍ଘ ଦିନଧରି ଲୋକେ ଏହି ଶୋଷଣର ଶିକାର ହେଉଥିବା ବେଳେ ଏହି ବେଆଇନ ଟଙ୍କା ଆଦାୟକୁ ନେଇ ନୂଆଗାଁ ସବରେଜିଷ୍ଟ୍ରର କାର୍ଯ୍ୟାଳୟରେ ସମ୍ପୃକ୍ତ କର୍ମଚାରୀଙ୍କ ସହ କ୍ରେତାଙ୍କ ବଚଶା ହୋଇଥିବା ଦେଖିବାକୁ ମିଳିଛି l ବେନିୟମ ଭାବେ ଲୋକଙ୍କ ଠାରୁ ୟୁଜର୍ସ ଫି ଠାରୁ ଅଧିକା ଟଙ୍କା ଆଦାୟ କରାଯାଉଥିବା ବେଳେ ବିଭିନ୍ନ ବାହାନା ଦେଖାଇ ଜମି କ୍ରେତା ମାନଙ୍କ ଠାରୁ ଅଯଥା ଟଙ୍କା ଲୁଟ କରାଯାଉଥିବା ରୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି l

Leave a Reply

Your email address will not be published. Required fields are marked *