କେଶ ନମ୍ୱର ୬୮୫ // ଦଫା 294, 506, 507 ରେ ମାମଲା ରୁଜୁ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ପିଛା ଛାଡ଼ୁନି ଅଡୁଆ ! ସାମାଜିକ ଗଣମାଧ୍ୟମରେ ନିଜର ବିବାଦୀୟ ପୋଷ୍ଟ ଏବଂ ଡିଜିଟାଲ ମିଡ଼ିଆ ମହାସଂଘର ଶୃଙ୍ଖଳା ଭଙ୍ଗ କାରଣରୁ ବହିସ୍କୃତ ହୋଇଥିବା ସଦସ୍ୟ ସତ୍ୟଜିତ ମହାପାତ୍ର ଏକ ମାମଲାରେ ଛନ୍ଦି ହୋଇ ଯାଇଛନ୍ତି ! ସାମ୍ବାଦିକଙ୍କୁ ମାଡ ମାରିବା ଧମକ ଦେଇ ଅଡ଼ୁଆରେ ପଡିଛନ୍ତି ସତ୍ୟ ନ୍ୟୁଜ 24 ର ଏଡ଼ିଟର ସତ୍ୟଜିତ ମହାପାତ୍ର ! କ୍ୟାପିଟାଲ ଥାନାରେ ରୁଜୁ ହେଲା ମାମଲା , ଅଭିଯୁକ୍ତଙ୍କ ନାମରେ ଲାଗିଲା ସଙ୍ଗୀନ ଦଫା ! କେଶ ର ତଦନ୍ତକାରୀ ଅଧିକାରୀ ଙ୍କ ସୂଚନା ଅନୁଯାୟୀ ଥାନା କେଶ ନମ୍ୱର୍ ୬୮୫ ଏବଂ ଦଫା 294, 506, 507 ରେ ମାମଲା ରୁଜୁ ହେଇଛି ! ସୂଚନା ଅନୁସାରେ କିଛି ଦିନ ତଳେ ତାଙ୍କର ସାମାଜିକ ଗଣମାଧ୍ୟମ ରେ ଏକ ପୋଷ୍ଟ କୁ ନେଇ ସାମ୍ବାଦିକ ସିଦ୍ଧାର୍ଥ ମହାନ୍ତି ଏକ ମନ୍ତବ୍ୟ ଦେଇଥିଲେ, ସେ ମନ୍ତବ୍ୟ କୁ ନେଇ , ସତ୍ୟଜିତ ମହାପାତ୍ର ତାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା, ମାଡ଼ ମାରି ହାତଗୋଡ଼ ଭାଙ୍ଗିଦେବା ଏବଂ ଜୀବନରୁ ମାରିଦେବା ଧମକ ଦେଇଥିଲେ ! ତେବେ ସିଦ୍ଧାର୍ଥ ମହାନ୍ତି ନିଜ ଜୀବନ ବିପଦ ରେ ଥିବାରୁ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ ଦେବା ସହିତ ଅଡିଓ କଲ ରେକର୍ଡ ର ପ୍ରମାଣ ଦେଇଥିଲେ ! ତଥ୍ୟ ପ୍ରମାଣ ପାଇବା ପରେ ଘଟଣା କୁ ନେଇ ପୋଲିସ ମାମଲା ରୁଜୁ କରି ଆଇନ ଅନୁଯାୟୀ ତଦନ୍ତ କରି ଅଭିଯୁକ୍ତ କୁ ଖୁବ ଶୀଘ୍ର ଗିରଫ କରିବ ବୋଲି ଜଣା ପଡ଼ିଛି ! ଏବେ ଦେଖିବାକୁ ବାକି ରହିଲା , ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ଅନ୍ୟ ସଦସ୍ୟଙ୍କୁ ଜେଲ ଫେରନ୍ତା କହି ଫେସବୁକ ରେ ମନ୍ତବ୍ୟ ଦେଉଥିବା ସତ୍ୟଜିତ ମହାପାତ୍ର , ଆଉ କିଛି ଦିନ ପରେ ନିଜେ ଜେଲ ଫେରନ୍ତା ହୋଇ ଯିବେନି ତ !

Leave a Reply

Your email address will not be published. Required fields are marked *