ରେଙ୍ଗାଲି ଦକ୍ଷିଣ ପାର୍ଶ୍ୱରେ ଡ୍ୟାମ କାର୍ଯ୍ୟ ଚାଲିଥିବା ବେଳେ ମେସିନ ରେ ନିଆଁ ଲଗେଇଦେଲେ ଦୁର୍ବୁତ୍ତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ରେଙ୍ଗାଲି ଦକ୍ଷିଣ ପାର୍ଶ୍ୱରେ ଡ୍ୟାମ କାର୍ଯ୍ୟ ଚାଲିଥିବା ବେଳେ ମେସିନ ରେ ନିଆଁ ଲଗେଇଦେଲେ ଦୁର୍ବୁତ୍ତ ! ସୂଚନା ମୁତାବକ ରେଙ୍ଗାଲି ଦକ୍ଷିଣ ପାର୍ଶ୍ୱରେ ଡ୍ୟାମ ନିର୍ମାଣ ପାଇଁ କଟକ ତୁଳସୀପୁର ର ଠିକାଦାର ବିଭୁଦତ୍ତ ପ୍ରଧାନ ଙ୍କୁ କାର୍ଯ୍ୟ ମିଳିଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ସମ୍ପୃକ୍ତ ଠିକାଦାର ଙ୍କ ଗାଡ଼ିରେ ନିଆଁ ଲଗେଇ ଦେଇଥିଲେ । ଫଳରେ ୩ ଟି ଗାଡି ଜଳି ଭଶ୍ମିଭୂତ ହୋଇଯାଇଛି । ଘଟଣା ର ଖବର ପାଇ ବଡମ୍ବା ଦମକଳ ବାହିନୀ ଯାଇ ନିଆଁ କୁ ଆୟତ୍ତ କରିଥିଲେ । ପରେ ସମ୍ପୃକ୍ତ ଠିକାଦାର ବଡମ୍ବା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ବଡମ୍ବା ଥାନା ଏକ ମାମଲା ରୁଜୁ କରି କେଶ ନଂ 268/2023 ତଦନ୍ତ ଚଳାଇଛି !

Leave a Reply

Your email address will not be published. Required fields are marked *