ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିକଟସ୍ଥ ରଗଡି ଗୁଣ୍ଡିଚା ପଡିଆ ଠାରେ ଆୟୋଜିତ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ମହୋତ୍ସବ ୨୦୨୩ କୁ ଭରପୁର ଉପଭୋଗ କରିଛନ୍ତି ଅଞ୍ଚଳବାସୀ ! ସଂଧ୍ୟାରେ ସଭା କାର୍ଯ୍ୟ ରେ ସରପଞ୍ଚ ବିଜୟ ଲକ୍ଷ୍ମୀ ମହାନ୍ତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ମୁଖ୍ୟ ବକ୍ତା ଭାବେ ବାଙ୍କୀ ପ୍ରେସ କ୍ଲବର ଉପ ସଭାପତି ସମରେନ୍ଦ୍ର ମହାପାତ୍ର, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡମପଡା ବ୍ଲକ ଉପାଧ୍ୟକ୍ଷା ଗୀତାଞଳି ବେଉରା, ରଗଡି ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଭାଗିରଥି ପାଣି, ମହୋତ୍ସବ ଉପସଭାପତି କୃଷ୍ଣ ରଞ୍ଜନ ରଣା, ସମ୍ପାଦକ ବିଜୟ ମହାନ୍ତି,ଭାଗିରଥି ବେହେରା, ରମାକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା , ପାଞ୍ଚଦିନ ଧରି ଆୟୋଜିତ ଏହି ମହୋତ୍ସବ ରେ ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି ।
ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ମହୋତ୍ସବ ୨୦୨୩ : ଚମକିଲା ରଗଡି ଗୁଣ୍ଡିଚା ପଡିଆ !!!

