ଡିସେମ୍ବର ୧ ରେ କଂଗ୍ରେସ ର ତୁଳସୀ ଯାତ୍ରା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପୁରୀ ଶ୍ରୀମନ୍ଦିର ଚାରି ଦୁଆର ଅତିଶୀଘ୍ର ଖୋଲି ପୂର୍ବ ଭଳି ଭକ୍ତଙ୍କ ପାଇଁ ଦିଅଁ ଦର୍ଶନ ସୁବିଧା ଦେବା, ରତ୍ନଭଣ୍ଡାର ରେ ଥିବା ରତ୍ନ ଗଣତି, ମଣତି ସହିତ ରତ୍ନଭଣ୍ଡାର ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇ ଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅମୃତମଣୋହି jଜମିକୁ ଫେରସ୍ତ କରିବା ଇତ୍ୟାଦି ୬ ଦଫା ଦାବୀ ପୂରଣ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଡିସେମ୍ବର ୧ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଏଁ ତୁଳସୀ ଯାତ୍ରା କରାଯିବ l ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲାରୁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଦିପିଠ କଣ୍ଟିଲୋ ନୀଳମାଧଵ, ଓଡଗାଁ ଶ୍ରୀ ରଘୁନାଥ, ରଣପୁର ଦ୍ଵିତୀୟ ଶ୍ରୀକ୍ଷେତ୍ର ଏବଂ ନୟାଗଡ ଜଗନ୍ନାଥ ଙ୍କ ଠାରେ ତୁଳସୀ ଲାଗି କରାଇ ଜିଲ୍ଲା ସଭାପତି ଶ୍ରୀ ରଣଜିତ ଦାଶ ଏବଂ ବିଭିନ୍ନ ବ୍ଲକ ସଭାପତି ମାନେ ଭୁବନେଶ୍ୱର କଂଗ୍ରେସ ଭବନ ଏବଂ ପୁରୀ ଶ୍ରୀମନ୍ଦିର କୁ ତୁଳସୀ ଯାତ୍ରା କରିବେ ବୋଲି ଆଜି ଡିସିସି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପିସିସି ବରିଷ୍ଠ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ବିଭୁତି ଭୂଷଣ ମିଶ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି l ବୟସ୍କ ବୃଦ୍ଧବୃଦ୍ଧା ଏବଂ ରୋଗଗ୍ରସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର ନଆସିବାକୁ ମନ୍ଦିର ପ୍ରଶାସକଙ୍କ ବିବୃତି ରାଜ୍ୟର କୋଟିକୋଟି ଜଗନ୍ନାଥ ଭକ୍ତଙ୍କ ଭାବାବେଗ କୁ ଆଘାତ ଦେଇଥିବା ବେଳେ ରାଜ୍ୟ ସରକାର ଚୁପ ବସିଥିବାରୁ ପ୍ରଶାସକ ଙ୍କ ବିବୃତିକୁ ଜିଲ୍ଲା କଂଗ୍ରେସ ଦୃଢ଼ନିନ୍ଦା କରୁଛି l ବିଜେଡି ସରକାର ଭକ୍ତଙ୍କ ଦିଅଁ ଦର୍ଶନ ପ୍ରସଙ୍ଗରେ ଚାରିଦୁଆର ନଖୋଲି ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ପ୍ରତିବନ୍ଧକ ସାଜି ବହୁ ମାନସିକ ନିର୍ଯାତନା ଦେଉଛନ୍ତି l ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦାଶ, ଜିଲ୍ଲା ମୁଖପାତ୍ର ବୃନ୍ଦାବନ ନାୟକ ଏବଂ ଡିସିସି ଉପସଭାପତି ବସନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *