ଆଉ ଚାରି ପାଳି ଚାଲୁ ରହିବ ଚିନ୍ମୟ ଫାଉଣ୍ଡେସନର ଗୁରୁବାର ସେର ଝୋଟି ଚିତା ପ୍ରତିଯୋଗିତା : ଦୁଇ ପାଳିରେ ଭାଗନେଲେ ମୋଟ ୧୭୩୩ ଜଣ ପ୍ରତିଯୋଗୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଉତ୍କଳୀୟ ଗ୍ରାମ୍ୟ କଳା,ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହ ଏହାକୁ ବିଶ୍ବ ଦରବାରରେ ପରିଚିତ କରାଇବାର ସଂକଳ୍ପ ନେଇ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବିଗତ ବର୍ଷ ଭଳି ଚଳିତ ବର୍ଷ ଅନ୍ ଲାଇନ୍ ଗୁରୁବାର ସେର ଚିତା (ଝୋଟି) ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତାର ପ୍ରଥମ ପାଳିରେ ୭୩୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାବେଳେ ଦ୍ଵିତୀୟ ପାଳିର ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୧୭୩୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାର ସୂଚନା ମିଳିଛି। ତେବେ ଏଠାରେ ସୂଚନା ଯୋଗ୍ୟ ଏହିକି ଗତ କାର୍ତ୍ତିକ ପଞ୍ଚକ ପାଞ୍ଚ ଦିନରେ ମୋଟ ୫୭୩୩ଜଣ ପ୍ରତିଯୋଗୀ ମୁରୁଜ ପ୍ରତିଯୋଗିତାରେ ଓ କୁମାର ପୂର୍ଣ୍ଣିମା ପାଞ୍ଚ ସନ୍ଧ୍ୟାରେ ୧୨୫୬ଜଣ ପ୍ରତିଯୋଗୀ ଫୁଲ ଘର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରତିଯୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି।ବିଭିନ୍ନ ଦେଶର ଦକ୍ଷ ଚିତ୍ରକର ମାନଙ୍କ ଦ୍ଵାରା ଏହି ଫୁଲ ଘର, ଝୋଟି ଓ ମୁରୁଜ ଚିତ୍ର ଗୁଡ଼ିକୁ ମୂଲ୍ୟାଙ୍କନ କରାଯାଇ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଜାନୁୟାରୀ ୨୬ ତାରିଖ ଦିନ ଆନ୍ତର୍ଜାତୀୟ ସ୍ତରରେ ଅନଲାଇନ୍ ମାଧ୍ୟମରେ ପ୍ରମାଣପତ୍ର ସହ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *