ପଦ୍ମପୁର ରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଆରଡିସି ଙ୍କ ପଦ୍ମପୁର ଗସ୍ତ !!!

Spread the love

ପଦ୍ମପୁର ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପଦ୍ମପୁର ରେ ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ ଉଦ୍ଦେଶ୍ୟରେ ଆରଡିସି ଙ୍କ ପଦ୍ମପୁର ଗସ୍ତ ! ଦୀର୍ଘ ଦିନ ଧରି ହୋଇ ଆସୁଥିବା ପଦ୍ମପୁର ଜିଲ୍ଲା ଦାବିକୁ ଏକ ପ୍ରକାର ମିଳିଛି ଆଶ୍ବସ୍ତି, ଗତ ଉପ ନିର୍ବାଚନ ସମୟରେ ପଦ୍ମପୁର ଜିଲ୍ଲା ଦାବୀ କୁ ନିଜର ସମର୍ଥନ ସ୍ୱରୂପ 2023 ଡିସେମ୍ବର ଶେଷ ସୁଦ୍ଧା ଜିଲ୍ଲା ମାନ୍ୟତା ପାଇଁ ପ୍ରତିଶୃତି ଦେଇଥିଲେ ମୁଖ୍ୟମନ୍ତ୍ରୀ ! ତେବେ ବର୍ତମାନ 2023 ର ଶେଷ ମାସ ରେ ପଦ୍ମପୁର ରେ ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ କରିବା ପାଇଁ ଉତ୍ତରାଞ୍ଚଳ ଆରଡିସି ପଦ୍ମପୁର କୁ ଗସ୍ତ କରିବା ସହ ପଦ୍ମପୁର ଅଞ୍ଚଳ ର ପ୍ରାୟ ତିନୋଟି ଜାଗା ବୁଲି ଦେଖିଥିଲେ ! ତେବେ ଏହି ବିଷୟ ରେ ସରକାର ଙ୍କୁ ବିହିତ ରିପୋର୍ଟ ପ୍ରଦାନ ପରେ ସରକାର ବିଧିବଦ୍ଧ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ! ତେବେ ଦେଖିବାକୁ ବାକି ରହିଲା କେତେ ଶୀଘ୍ର ପଦ୍ମପୁର ଲୋକଙ୍କ ଆଶା ପୁର୍ଣ ହେଉଛି !

Leave a Reply

Your email address will not be published. Required fields are marked *