ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଣିଆବନ୍ଧ ମଣ୍ଡଳ ର ମହୁଲିଆ ପଞ୍ଚାୟତ ରେ ଶ୍ୟାମା କାଳୀ ମନ୍ଦିର ପ୍ରାଙ୍ଗଣରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ , କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ , ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା ଙ୍କ ନୀତି ଆଦର୍ଶ ଓ ବିକାଶ ମୂଳକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ , ୩୧ ନଂ ଜୋନ ସଭାପତି ଲକ୍ଷ୍ମୀଧର ପ୍ରଧାନ ଙ୍କ ସଭାପତିତ୍ବରେ, ମନୋରଞ୍ଜନ ସାହୁ ଙ୍କ ନେତୃତ୍ୱରେ 100 ରୁ ଉର୍ଦ୍ଧ୍ବ ବିଜୁ ଜନତା ଦଳ ର କର୍ମୀ ବିଜେପି ରେ ଯୋଗ ଦେଇଛନ୍ତି । ଶକ୍ତି କେନ୍ଦ୍ର ର ପ୍ରମୁଖ ବିରଞ୍ଚି ରାଉତ , ସଦାଶିବ ସାହୁ , ବୃନ୍ଦାବନ ସାହୁ, ରମାକାନ୍ତ ସାହୁ , ବଡ଼ମ୍ବା ମଣ୍ଡଳ ର ଉପସଭାପତି ମହେନ୍ଦ୍ର ପଢ଼ିହାରି ସମେତ ଙ୍କ ସମେତ ମହୁଲିଆ ଗ୍ରାମ ର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରା ଏବଂ କଟକ ଜିଲ୍ଲା ଉପସଭାପତି ବିଭୁଦତ୍ତ ପଟ୍ଟନାୟକ ଙ୍କ ନେତୃତ୍ଵରେ ଆସ୍ଥା ପ୍ରକଟ କରି ବିଜେଡି ଛାଡି ବିଜେପି ରେ ଯୋଗଦାନ କରିଥିବାର ପ୍ରକାଶ କରିଛନ୍ତି ।
ବଡମ୍ବା ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ !!!

