ବେଆଇନ ଗୋରୁ ବୋଝେଇ ଦୁଇଟି ପିକପ ଗାଡି ଜବତ : ଗୋଚାଲାଣକାରୀ ଥାନାରେ ଅଟକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ହରିପୁର ମୁଖ୍ୟ ରାସ୍ତାରୁ ବେଆଇନ ଗୋରୁ ବୋଝେଇ ଦୁଇଟି ପିକପ ଗାଡି ଜବତ, ଗୋଚାଲାଣକାରୀ ଥାନାରେ ଅଟକ ! ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ମୁଖ୍ୟ ରାସ୍ତାରୁ ଭୋର ସମୟରେ ସୁକିନ୍ଦା ପୋଲିସ ଦ୍ବାରା ଦୁଇ ବେଆଇନ ଗୋରୁ ବୋଝେଇ ପିକପ ଗାଡ଼ି ଜବତ ହୋଇଥିବା ଜଣାଯିଛି ! ସୂଚନା ମୁତାବକ ହରିପୁର ଅଞ୍ଚଳରୁ ବେଆଇନ ଭାବେ ବାହାର ରାଜ୍ୟକୁ ଗୋରୁ ଚୋରା ଚାଲାଣ ହେଉଥିବା ସୁକିନ୍ଦା ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇଥିଲା । ସୁକିନ୍ଦା ପୋଲିସ ହରିପୁର ମୁଖ୍ୟ ରାସ୍ତାରେ ପହଞ୍ଚି ଦୁଇଟି ବେଆଇନ ଗୋରୁ ବୋଝେଇ ପିକପ୍ ଗାଡ଼ିକୁ ଜବତ କରି ଥାନାରେ ଅଟକ ରଖିବା ସହିତ ଦୁଇ ଗାଡି ଚାଳକଙ୍କୁ ମଧ୍ୟ ଅଟକ ରଖିଛି । ଦୁଇଟି ପିକପରେ ପାଖାପାଖି 25 ରୁ ଉର୍ଦ୍ଧ ଗୋରୁ ବୋଝେଇ ହୋଇଥିବା ବେଳେ ତିନିଟି ଗୋରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ! ଅନେକ ଗୋରୁ ଆହତ ହୋଇଥିବା ଦେଖିବାକୁ ମିଳିଛି l ସୁକିନ୍ଦା ପୋଲିସ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ସମସ୍ତ ଗୋରୁଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଇବା ସହିତ ମୃତକ ଗୋରୁଙ୍କ ବ୍ୟବଛେଦ କରାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *