ଭଏସ ଅଫ ନୟାଗଡ଼ ର ପ୍ରଥମ ଅଡିସନ : ୬ ପ୍ରତିଯୋଗୀ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଭଏସ ଅଫ ନୟାଗଡ ର ପ୍ରଥମ ଅଡିସନ ନୟାଗଡ଼ ଏନ୍ଏସି ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକର ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହି ଅଡିସନ ରାଉଣ୍ଡରେ ଅଂଶଗ୍ରହଣ କରିଥିଲେ । ଆଜିର ଏହି ଅଡିସନରେ ଜଜ ଭାବେ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ବରିଷ୍ଠ ସଂଗୀତଜ୍ଞ ପ୍ରଦୀପ୍ତ ପଟ୍ଟନାୟକ ଓ ଜଗଦୀଶ ରଥ ଉପସ୍ଥିତ ଥିଲେ । ଆଜି ଅଡିସନରୁ ୬ ଜଣ ପ୍ରତିଯୋଗୀ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନେ ହେଲେ ନୟନିକା ପଟ୍ଟନାୟକ, ପ୍ରୀତିପ୍ରଜ୍ଞା ସାହୁ, ମିଳନ କୁମାର ସ୍ବାଇଁ, ଇପ୍ସିତା ପ୍ରିୟଦର୍ଶିନୀ, ବର୍ଷାରାଣୀ ନାୟକ ଏବଂ ସ୍ବୟଂଶ୍ରୀ ମିଶ୍ର । ନୟାଗଡ଼ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ସଂଯୋଜକ ଧିରେନ୍ଦ୍ର କୁମାର ପଟ୍ଟନାୟକ, ସଂପାଦକ ମିହିର ରଞ୍ଜନ ନାୟକ, ସହ ସଂପାଦକ ଅବିନାଶ ସାହୁ, ସଭ୍ୟ ସନ୍ତୋଷ ନାୟକ ଓ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କ୍ଲବର ବରିଷ୍ଠ ସଦସ୍ୟ ଶରତ ଚନ୍ଦ୍ର ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ । ସୁଶାନ୍ତ ପାଇକରାୟ, ପ୍ରଦୀପ୍ତ ବରାଡ଼, କାଜଲ ଡାକୁଆ ଓ ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ ଆଜିର ଏହି ଅଡିସନ ପରିଚାଳନାରେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *