” ଆମ ଓଡିଶା ନବୀନ ଓଡିଶା ” ଯୋଜନାର ସଂଯୋଜକ ନିଯୁକ୍ତି ହେବା ପରେ ରାଓଙ୍କୁ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ବିଜେଡି ଶାଖା ଆମ ଓଡିଶା ନବୀନ ଓଡିଶା ଯୋଜନା ରେ ନୂତନ ଭାବରେ ଜିଲ୍ଲା ସଂଯୋଜୋକ ଭାବରେ ଦାୟିତ୍ଵ ପାଇ ଥିବା ୱାୟୀ ରାମଚନ୍ଦ୍ରଙ୍କୁ ଜିଲ୍ଲା ଏବଂ ବ୍ଲକ୍ ସ୍ତରର ସମସ୍ତ ବିଜୁ ଜନତା ଦଳ ର ନେତା ମାନେ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରିଛନ୍ତି ! ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ୫ ଟି ଏବଂଆମ ଓଡିଶା ନବୀନ ଓଡିଶା ର ଅଧ୍ୟକ୍ଷ ଭି କେ.ପଣ୍ଡିଆନ୍ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ. ନୂତନ ଭାବେ ଦାୟିତ୍ଵ ପାଇଥିବା ୱାୟୀ ରାମଚନ୍ଦ୍ର ନିଜ ଭାଷଣ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମା ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍, ବିଜେଡି ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଶ୍ରୀ ଅତନୁ ସାବ୍ୟାସାଚି, ହାଇଟେକ୍ ଗ୍ରୁପ୍ ର ଅଧ୍ୟକ୍ଷଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ପାଇଁ ତାଙ୍କ ନାମ ସୁପାରିଶ କରିଥିବାରୁ ସମସ୍ତ ରାଜ୍ୟ ତଥା ଜିଲ୍ଲା ସ୍ତରର ନେତାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ଶ୍ରୀ ରାମଚନ୍ଦ୍ର ରାଓ ଉପସ୍ଥିତି ସମସ୍ତ ବିଜେଡି ଦଳ ର ନେତା ଏବଂ କର୍ମୀମାନଙ୍କ କହିଥିଲେ ମୁଁ ସବୁ ବେଳେ ସବୁ ସମୟ ରେ ଲୋକଙ୍କ ସେବା କରିବାରେ ପ୍ରସ୍ତୁତ ଅଛି ପ୍ରତ୍ୟେକ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଯୋଜନାଗୁଡିକ ପହଞ୍ଚାଇବା ପାଇଁ ନିରନ୍ତରେ କାର୍ଯ୍ୟ କରିବି ବୋଲି କହିଥିଲେ.ବରିଷ୍ଠ ନେତା ହାଇଟେକ୍ ଗ୍ରୁପ୍ ଚେୟାରମ୍ୟାନ୍ ଶ୍ରୀ ତିରୁପତି ପାଣିଗ୍ରାହୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱାୟ. ରାମ ଚନ୍ଦ୍ର ରାଓଙ୍କ ଉପରେ ବିଶ୍ବାସ କରିଛନ୍ତି ଯେ ସେ ତାଙ୍କ ଦାୟିତ୍ଵ ଠିକ ଭାବରେ ତୁଲାଇବା ବୋଲି. ଶ୍ରୀ ତିରୁପତି ପାଣିଗ୍ରାହୀ ରାମ ଚନ୍ଦ୍ର ରାଓଙ୍କ ଉତ୍ସାହିତ କରିଥିଲେ ଯେ ଗଜପତି ଜିଲ୍ଲା ଯେଉଁ ପରି ଗଜପତି ଜିଲ୍ଲା ରାଜ୍ୟ ରେ ଏକ ନମ୍ବର ଜିଲ୍ଲା ହେଇ ପାରିବ ଏବଂ ଜିଲ୍ଲା ର ଦୁଇ ଦୁଇ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଜିତିପାରିବ ସେଥି ନିମନ୍ତେ ସମସ୍ତଙ୍କୁ ନେଇ ନିଷ୍ଠା ର ସହିତ କାର୍ଯ୍ୟ କରିବାକୁ ପରାମର୍ଶ କରିଥିଲେ.ଏହି ଅବସରରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜି ତିରୁପତି ରାଓ, ବିଜେଡି ଯୁବ ନେତା ଇଞ୍ଜିନିୟର ରୂପେଶ ପାନିଗ୍ରାହି, ଗୋସାଣୀ ବ୍ଲକ୍ ଅଧ୍ୟକ୍ଷ, ଗୁମ୍ମା ବ୍ଲକ୍ ଅଧ୍ୟକ୍ଷା ଏବଂ ଦଳ ର ବିଭିନ୍ନ ପଦପଦବୀ ରେ ଥିବା ନେତାମାନେ ଉପସ୍ଥିତ ରହି ୟ ରାମଚନ୍ଦ୍ର ରାଓଙ୍କୁ ସମ୍ବର୍ଦ୍ଧିତ କରିଥିଲେ !

Leave a Reply

Your email address will not be published. Required fields are marked *