ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ଜନଜାତି ବର୍ଗର ସ୍କୁଲର ଛାତ୍ରଛାତ୍ରୀଙ୍କ ଭିତରେ ରହିଥିବା ପ୍ରତିଭାକୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁ ମହୋତ୍ସବ ସର୍ଗିଫୁଲ -୨୦୨୩ ଆୟୋଜିତ ହୋଇଛି। ଏହି ଅବସରରେ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜୋନ୍ ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କୁ ଜଗନ୍ନାଥ ସାରକା, ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆବର୍ଗ କଲ୍ୟାଣ ଓ ଆଇନ୍, ଓଡ଼ିଶା ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଜନଜାତି ସମ୍ପ୍ରଦାୟ ହେଉଛି ଜିଲ୍ଲା, ରାଜ୍ୟ ଓ ଦେଶର ଗର୍ବ । ଏହି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ର ଛାତ୍ରୀଙ୍କ ଭିତରେ ଅନେକ ପ୍ରତିଭା ରହିଛି । ସର୍ଗି ଫୁଲ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ବିଶେଷ ସୁଯୋଗ ଦିଆଯାଉଛି । ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ୱାରା ପିଲାମାନଙ୍କ ଭିତରେ ସୃଜନାତ୍ମକ ପ୍ରତିଭାର ବିକାଶ ସହ ପ୍ରତିଯୋଗିତା ମୂଳକ ମନୋଭାବ ଯୋଗାଯୋଗ, କଳା ଦକ୍ଷତା, ସାହିତ୍ୟ, ଖେଳ ଏବଂ ନେତୃତ୍ୱର ବିକାଶ ହୋଇପାରିବ ! ସେହିପରି ଅଧିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ କ୍ରୀଡ଼ା,ସାଂସ୍କୃତିକ ସହିତ ବଣ ଜଙ୍ଗଲ ଗେରା ରହିଥିବା ଏହି ଜନଜାତି ପିଲାମାନଙ୍କୁ ଲୋକଲୋଚନକୁ ଆଣିବାର ଏହି କାର୍ଯ୍ୟକ୍ରମ ମୂଳ ଉଦ୍ଦେଶ୍ୟ , ଏହି ବର୍ଗର ସମସ୍ତ ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରି ଭଲ ପାଠ ପଢି ଭବିଷ୍ୟତରେ ଭଳ ମଣିଷ ହେବା ପାଇଁ ଏହି ସରଗି ଫୁଲର ଉଦ୍ଦେଶ୍ୟ ଅଟେ ଓ ସମାଜ ପ୍ରତି କିଛି ଭଳ କରିବା ସହ ଅଧିବାସୀଙ୍କ ଉନ୍ନତୀ ହେଲେ ଜିଲ୍ଲା, ରାଜ୍ୟ ଓ ଦେଶର ଉନ୍ନତୀ ହେବ ବୋଲି କହିଛନ୍ତି। ଶିକ୍ଷା ହିଁ ବିକାଶର ଚାବିକାଠି। ଶିକ୍ଷା ବ୍ୟକ୍ତିକୁ ପରିପୂର୍ଣ୍ଣ କରେ ଜନଜାତି ଭାଇ ଭଉଣୀ ମାନଙ୍କ କଳା ଓ ଲୋକ ସଂସ୍କୃତିକୁ ବଜାୟ ରଖିବା ମୂଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢିବା ଗଢିବା ଶ୍ରେଷ୍ଠ ହେବାର ମହତ୍ତ୍ବ ବ୍ୟାଖ୍ୟା କରିଥିଲେ । ଜନଜାତିଙ୍କ ଉନ୍ନତି ରାଜ୍ୟର ଉନ୍ନତି ବୋଲି ମତପୋଷଣ କରିଥିଲେ ।ଏହି ଜୋନାଲ ସ୍ତରୀୟ ସରଗି ଫୁଲରେ ଯେଁଉ ଛାତ୍ରଛାତ୍ରୀମାନେ ଭଳ ପ୍ରଦର୍ଶନ କରିଛନ୍ତି ସେହି ଛାତ୍ରଛାତ୍ରୀମାନେ ୨୩ ଡିସେମ୍ବର ରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ସର୍ଗି ଫୁଲ ଉତ୍ସବରେ ଯୋଗଦାନ କରିବେ। ଏହି ଅବସରରେ ଜୋନ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳା ଓ ବୋଲିଭୋଲ ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ ଏବଂ ଗଜପତି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ବିକାଶ, ଆଦିବାସୀ ମାନଙ୍କ ବିକାଶ ଓ ଲୋକ ସଂସ୍କୃତି ବିକାଶ ଉପରେ ଆଧାରିତ ଏକ ଛଟ ଭିଡିଓ ପ୍ରଦର୍ଶନ କରଯାଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ବୀରେନ୍ଦ୍ର କୁମାର ଦାସ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବରେ ମାରୀୟମ୍ ରଇତ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଜପତି, ରାୟଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଫୁର୍ଣ୍ଣବାସୀ ନାୟକ,ବିଭାଗୀୟ ନିର୍ଦ୍ଧେଶକ,ଏସି ଲକ୍ଷ୍ମଣ କୁମାର ନାୟକ ଓ ନିର୍ଦ୍ଧେଶକ ଓବିସି, ସିତାଂଶୁ କୁମାର ରାଉତ, ଫାଲଗୁନି ମାଝୀ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ଉପନିର୍ଦ୍ଦେଶକ ଏସିଏସଟି ଓ ଆରଟିଆଇ ସନ୍ତୋଷ କୁମାର ରଥ, ପ୍ରମୁଖ ମଞ୍ଚ।ସିନ ଥିଲେ। ଏହି ଜୋନାଲ ସ୍ତରୀୟ ଉତ୍ସବରେ ୧୫ ଟି ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଏକ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ୧୫୦ ଜଣ ଗାଇଡ୍ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି । ମୋଟ ୧୭ଟି ଓ୍ବାର୍କସପ୍ କରାଯାଇଛି। ଏହା ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଭାଗ ତରଫରୁ ଆୟୋଜନ କରାଯାଇଛି। ଏହି ତିନି ଦିନରେ ପିଲାଙ୍କୁ ବିଭିନ୍ନ ପ୍ରକାର ସୃଜନାତ୍ମକ କାର୍ଯ୍ୟକଳାପ ଶିକ୍ଷା ଦିଆଯିବ ଆଞ୍ଚଳିକ ସ୍ତରୀୟ ସର୍ଗିଫୁଲ ଏହି ବର୍ଷ ପ୍ରଥମ କରି ଅନୁଷ୍ଠିତ ହୋଇଅଛି । ୩୦ ଟି ଜିଲ୍ଲାକୁ ନେଇ ସରକାର ଦୁଇ ଭାଗରେ ବିଭକ୍ତ କରିଥିଲେ । ଏହି ଉତ୍ସବରେ ବଲାଙ୍ଗୀର, ବୌଦ୍ଧ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡା, ପୁରୀ, ରାୟଗଡା ଓ ସୁବର୍ଣ୍ଣପୁରକୁ ନେଇ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସନ୍ଧ୍ୟା ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ମଙ୍ଗଳ ଅଧିକାରୀ ଗଜପତି ସୁଶ୍ରୀ ମମତା ରାଣୀ ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।
ଗଜପତି ଜିଲ୍ଲାରେ ଜୋନ୍ ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ୍ ଉଦଘାଟିତ !!!

