ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆଫ୍ରିକାରେ ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆଫ୍ରିକାରେ ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ ସହ ଅବଧାନଙ୍କ ପାଠଶାଳା ଖୋଲିବା ପାଇଁ ଚାଲିଛି ନିରନ୍ତର ପ୍ରୟାସ । ସମଗ୍ର ବିଶ୍ବରେ ମାନବବାଦର ବିକାଶ ସହ ବୃତ୍ତିଗତ,କାରିଗରୀ କୌଶଳ ଓ ସଂସ୍କୃତିଗତ ଶିକ୍ଷାର ପ୍ରଚାର ପ୍ରସାର ନିମନ୍ତେ ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଜାରି ରହିଛି ନିରନ୍ତର ସଂଗ୍ରାମ। ଗାଆଁ ଗହଳିରେ ଲୁକ୍କାୟିତ ଲୋକ କଳା, ବୃତ୍ତିଗତ କାରିଗରୀ କଳା ଓ କୌଶଳ ଶିକ୍ଷା ତଥା ଜନ ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଚିନ୍ମୟ ଫାଉଣ୍ଡେସନର ପ୍ରମୁଖ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ସମଗ୍ର ବିଶ୍ୱର ଗାଆଁ ଗୁଡିକରେ ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ ସହ ଗ୍ରାମ୍ୟ ସଂସ୍କୃତି ଓ ଗ୍ରାମୀଣ ବୃତ୍ତିକୁ ଉଦ୍ଜୀବିତ ରଖିବା ନିମନ୍ତେ ଆନ୍ତର୍ଜାତିକ ମୁକ୍ତାକାଶ ବିଦ୍ୟାଲୟ ଅବଧାନଙ୍କ ପାଠଶାଳା ମାଧ୍ୟମରେ କାର୍ଯ୍ୟକ୍ରମ ଜାରି ରହିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଫ୍ରିକା ଦେଶର ସଂଯୋଜକ ମାଗ୍ଜିମାଭିଡୋ ଭୁୟାନି ଆଚିଡିକାନଙ୍କ ନେତୃତ୍ବରେ ଆଫ୍ରିକାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ପ୍ରତିଭା ଚୟନ ସହ ଆଗାମୀ ଶିକ୍ଷା ବର୍ଷ ନିମନ୍ତେ ନାମ ପଞ୍ଜିକରଣ କରାଯାଉଥିବାର ଦେଖିବାକୁ ମିଳିଛି। ଆଫ୍ରିକୀୟ ଦେଶ ଗୁଡ଼ିକର ବିଭିନ୍ନ ବିଦ୍ୟାଳୟର ହଜାର ହଜାର ସଂଖ୍ୟାର ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ ଗୁଡ଼ିକର କର୍ଣ୍ଣଧାର ସାଜିଛନ୍ତି ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଡଃ ଚିନ୍ମୟ ଦାଶ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *