ଦିଲ୍ଲୀର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଞ୍ଜ ତରଫରୁ ବିଭିନ୍ନ ସ୍ଥାନରେ କମ୍ବଳ ଏବଂ ଶୀତବସ୍ତ୍ର ବଣ୍ଟନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଧ୍ୟାତ୍ମିକ ଚିନ୍ତନରେ ଓଡିଶାର ସଂସ୍କୃତି ଅନୁସାରେ ଆଜିଠୁ ଶୀତ ଆରମ୍ବ ହେଲା , ଅର୍ଥାତ ଓଢଣୀ ଷଷ୍ଠୀ ଦିନଠୁ ପ୍ରଭୁ ଶ୍ରୀ ଜଗନ୍ନାଥ ଶୀତରୁ ରକ୍ଷା ପାଇବା ପାଇଁ ଘୋଡ ଲାଗି ହେଲେ | କିଂତୁ ସାମ୍ପ୍ରତିକ ତାନ୍ତ୍ରିକ ଯୁଗର ରୁକ୍ଷ ପରିବେଶ ଭିତରେ ପରିବେଶର ଅସନ୍ତୁଳନତା ଘଟିଛି | ପ୍ରାୟ ପନ୍ଦର ଦିନ ହେବ ଶୀତ ଆସି ଓଡିଶାକୁ ଥରହର କଲାଣି | ସନ୍ଧ୍ୟା ହେଲେ ଲୋକଙ୍କ ତାଟି କବାଟ ପଡିଯାଉଛି | ଯିଏ ଯୁଆଡେ ଦୋକାନ ବଜାର ବନ୍ଦ କରି ଘରେ ରହୁଛନ୍ତି | ଅତ୍ୟଧିକ ଶୀତର ପ୍ରକୋପ ପାଈଁ ଘରେ ଘରେ ଥଣ୍ଡା ଜ୍ଵର ବ୍ୟାପିଲାଣି ଗ୍ରାମାଞ୍ଚଳ ମାନଙ୍କରେ | ଅତି ଗରିବ ଶ୍ରେଣୀର ଲୋକମାନକୁ ଶୀତାଦାଉରୁ ରକ୍ଷା ପାଈଁ ଦିଲ୍ଲୀର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଞ୍ଜ ତରଫରୁ ବାଙ୍କୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗାଁ ଗଠନ ସମିତିର ସହାୟତାରେ ଓଡିଶାର ବିଭିନ୍ନ ସ୍ଥାନରେ କମ୍ବଳ ଏବଂ ଅନ୍ୟାନ୍ୟ ଶୀତବସ୍ତ୍ର ବଣ୍ଟନ କରାଯାଉଛି | ବାଙ୍କୀ ଡମପଡା ବ୍ଲକର ତାଳବସ୍ତ ଗ୍ରାମପଞ୍ଚାୟତର ୧୪ ନମ୍ୱର ୱାର୍ଡ ଅନ୍ତର୍ଗତ ବନହରା ଗ୍ରାମରେ ଗାଁ ଗଠନ ସମିତିର ପୋଗ୍ରାମ ସଂଯୋଜକ ତଥା ରାଉତରାପୁର, ଗୋପବନ୍ଧୁ ନଗରର ଯୁବ ସମାଜସେବୀ ଗନ୍ଧର୍ବ ଭୋଇଙ୍କ ଦ୍ଵାରା ୪୦ ଜଣ ପରିବାରଙ୍କୁ କମ୍ବଳ ସହିତ ଶୀତ ପୋଷାକ ବଣ୍ଟନ କରାଯାଇଅଛି | ଏହା ଦ୍ଵାରା ଗରିବ ଲୋକମାନେ ବହୁତ ଉପକୃତ ହୋଇଛନ୍ତି | ବନହରା ଗାଁ ର କୃପାସିନ୍ଧୁ ନାଏକ, ଲୋଚନ ନାଏକ, ପରାମନନ୍ଦ ନାଏକ ପ୍ରମୁଖ ଅନୁଷ୍ଠାନକୁ ନିଜର ଖୁସିବ୍ୟକ୍ତିର ପ୍ରଶଂସା ସହିତ ଧନ୍ୟବାଦ ଜ୍ଞାପନ କରିଛନ୍ତି | ଏହା ପୂର୍ବରୁ ରାଉତରାପୁର, ପଦନପୁର, ଗୋବିନ୍ଦପୁର ଆଦିବାସୀ ସାହି, ଭେଜିପୁଟ ଆଦିବାସୀ ସାହି, ବାଲି ତଇଲା, ଦୋହିରା, ବେଙ୍କୁଡ଼ିଆ ଆଦି ଗ୍ରାମ ମାନଙ୍କରେ ୪୦୦ ପରିବାରଙ୍କୁ ଶୀତବସ୍ତ୍ର ଏବଂ ବ୍ଲାଂକେଟ ବଣ୍ଟନ ସରିଛି | ଆଗକୁ ଆହୁରି ୬୦୦ ଯୋଗ୍ୟ ଗରିବ ପରିବାର ମୁଖ୍ୟଙ୍କୁ କମ୍ବଳ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସାମାଜିକ କର୍ମୀ ଗନ୍ଧର୍ବ ଭୋଇ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି |

 

Leave a Reply

Your email address will not be published. Required fields are marked *