ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ନୂଆ ଓ ଯୁବ ଓଡିଶା , ନବୀନ ଓଡିଶା କାର୍ଯ୍ୟକ୍ରମ ! ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବାଙ୍କୀ ରାଣୀ ଶୁକଦେଇ ମହିଳା ମହାବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି ! କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବାଙ୍କୀ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ମାଣିକ ସାହୁ ଯୋଗ ଦେଇଥିବା ସମୟରେ ସମ୍ମାନିତ ଅତିଥି ଭାବେ ଉପ ନଗରପାଳ ସନ୍ତୋଷ କୁମାର ରଣା, ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ମୀନତି ମହାପାତ୍ର, ବିଜେଡି ଯୁବନେତା ସନାତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ! ସଭାକୁ କଲେଜର ଅଧ୍ୟକ୍ଷା କବିତା ମହାପାତ୍ର ପରିଚାଳନା କରିଥିଲେ । ଏଥିରେ କ୍ରିଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ କୁ ସାମିଲ କରାଯାଇଥିଲା । ସମସ୍ତ ଅତିଥି ମାନେ ନିଜର ବକ୍ତବ୍ୟ ରେ ଆଜିର ଯୁବ ସମାଜ କିଭଳି ଭାବରେ ନିଜର ପାଠ ପଢା ସହିତ କ୍ରିଡା ର ବିକାଶ ଓ ସାସ୍କୃତିକ ବିକାଶ କରିବା ରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ସରକାର ଙ୍କ ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେବେ ସେ ବିଷୟରେ ଆଲୋଚନା କରିଥିଲେ । ଆସନ୍ତା ୯ ତାରିଖରେ କାର୍ଯ୍ୟକ୍ରମ ର ଉଦଯାପନି ଉତ୍ସବ ଅନୁଷ୍ଠିତ ହେବ ବୋଲି କଲେଜ ପକ୍ଷରୁ ସୂଚନା ମିଳିଛି !
ବାଙ୍କୀ ରାଣୀ ଶୁକଦେଇ ମହିଳା ମହାବିଦ୍ୟାଳୟ ଠାରେ ନୂଆ ଓ ଯୁବ ଓଡିଶା , ନବୀନ ଓଡିଶା କାର୍ଯ୍ୟକ୍ରମ !!!

