ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗଜପତି ଜିଲ୍ଲାକୁ ମରୁଡ଼ି ଘୋଷଣା ଦାବିରେ ରାସ୍ତା ଅବରୋଧ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଫରେଷ୍ଟ ଗେଟ ଛକ ଠାରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ନବ ନିର୍ମାଣ କୃଷକ ସଙ୍ଘଠନର ରାଜ୍ୟ ସଭାପତି ଶେଷଦେବ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିବାର ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାକୁ ମରୁଡ଼ି ପ୍ରଭାବିତ ଘୋଷଣା , ରାୟଗଡ ବ୍ଲକରେ କପା ଚାଷୀଙ୍କ ଠାରୁ ସରକାରୀ ମଣ୍ଡିରେ କପା ସଂଗ୍ରହ, ଗଜପତିର ସମସ୍ତ ଚାଷ ଜମି କୁ ଜଳ ସେଚନର ସୁବିଧା, ଉଚିତ ଦରରେ ଚାଷୀଙ୍କ ଠାରୁ କାଜୁ ସଂଗ୍ରହ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସ୍ଥାପନ ଏହି ଭଳି ବିଭିନ୍ନ ଦାବି ନେଇ ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ତହସିଲଦାର, ଆଦର୍ଶଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସକାଶେ ପୋଲିସ ମୁତୟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *