ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅଳିଆ ଆବର୍ଜନା ନେଉଥିବା ଟ୍ରାକ୍ଟର ଟ୍ରଲି ରେ ନେଟ ଜାଲି ବନ୍ଧା ହେଉ ନଥିବା ରୁ ରାସ୍ତା ରେ ପଡୁଛି ଆବର୍ଜନା ! ଗଜପତି ଜିଲ୍ଲା ସଦର ମହକୁମା ପରାଳଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଅଳିଆ ଆବର୍ଜନା ସଫା କରିବା ପରେ ଟ୍ରାକ୍ଟର ରେ ଅଳିଆ ଆବର୍ଜନା ନେଲା ବେଳେ ରାସ୍ତା ରେ ପଡୁଛି ! ଗାଡି ଡ଼ାଲାରେ ପାଲ ବନ୍ଧା ନହେବା କାରଣରୁ ଏପରି ଘଟୁଛି ! ରାସ୍ତା ଉପରେ ଆବର୍ଜନା ପଡିବା କାରଣରୁ ଦୁର୍ଗନ୍ଧମୟ ହେଉଛି ପରିବେଶ ! ଅଳିଆ ନେଲା ବେଳେ ଟ୍ରାକ୍ଟର ଟ୍ରଲି ରେ ଜାଲି ନେଟ ବାନ୍ଧିଲେ ରାସ୍ତା ରେ ଅଳିଆ ଆବର୍ଜନା ପଡନ୍ତା ନାହିଁ ! ଏଥି ପ୍ରତି ପୌର ପରିଷଦ ଦୃଷ୍ଟି ଦେଲେ ଜନସାଧାରଣ ଉପକୃତ ହେବେ ।
ଅଳିଆ ଆବର୍ଜନା ନେଉଥିବା ଟ୍ରାକ୍ଟର ଟ୍ରଲି ରେ ନେଟ ଜାଲି ବନ୍ଧା ହେଉ ନଥିବା ରୁ ରାସ୍ତା ରେ ପଡୁଛି ଆବର୍ଜନା !!!

