ସୁକିନ୍ଦା ମୁଖ୍ୟ ରାଜପଥରେ ବାଇକ୍ ଦୁର୍ଘଟଣାରେ ତିନି ଗୁରୁତର : କଟକ ସ୍ଥାନାନ୍ତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ୫୩ ନଂ ଜାତୀୟ ରାଜପଥ ସୁକିନ୍ଦା ବିଜେପି କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାଜପଥରେ ଏକ ଦୁର୍ଘଟଣା ଘଟି ତିନିଜଣ ଯୁବକ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆ ଗ୍ରାମ ପର୍ଶୁରାମ ମୁଣ୍ଡାଙ୍କ 19 ବର୍ଷୀୟ ପୁଅ ଦିପୁ ମୁଣ୍ଡା, ସନାତନ ଗାଗରାଇଙ୍କ 18 ବର୍ଷୀୟ ପୁଅ ରାଙ୍ଗଲ ଗାଗରାଇ ଓ ସୁକିନ୍ଦା ଥାନା ଅନ୍ତର୍ଗତ ଭାଲୁକାନ୍ତିଆ ଗ୍ରାମ ରାମଚନ୍ଦ୍ର ସୁଲିଙ୍କ 18 ବର୍ଷୀୟ ପୁଅ ଗଣେଶ୍ୱର ସୁଲି ଗୁରୁବାର ରାତି 7 ଘଟିକା ସମୟରେ ଡୁବୁରୀ ହାଟରୁ ଫେରୁଥିବା ସମୟରେ ସୁକିନ୍ଦା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ ସ୍ଥାନରେ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଆହତ ଅବସ୍ଥାରେ ପଡ଼ି ରହିଥିଲେ । ସ୍ଥାନୀୟ ଦମକଳ ବାହୀନିର କର୍ମଚାରୀ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *