ଉପ-ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ଇଙ୍ଗିତ ପ୍ରତିବାଦରେ କୁଶ ପୁତ୍ତଳିକା ଦାହ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ସଂସଦ ଭବନ ପରିସର ମଧ୍ୟରେ ମହାମହିମ ଉପ ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ଓ ଆପତ୍ତି ଜନକ ଇଙ୍ଗିତ ସମଗ୍ର ଦେଶ ତଥା ସମ୍ବିଧାନ ପ୍ରତି ଅସମ୍ମାନ l ଏହି ଘୃଣ୍ୟ କାର୍ଯ୍ୟକୁ ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡ଼ା ତରଫରୁ ଦୃଢ଼ ନିନ୍ଦା କରାଯାଇ ତିନିମୁହାଣୀ ଛକ ଠାରେ ସାଂସଦ କଲ୍ୟାଣ ବାନାର୍ଜୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *