ନୟାଗଡ଼ ମହୋତ୍ସବ , ପଲ୍ଲିଶ୍ରୀ ମେଳା ଓ ନୟାଗଡ଼ ପୁସ୍ତକ ମେଳା ପାଇଁ ଶୃଙ୍ଖଳା କମିଟି ବୈଠକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ନୟାଗଡ଼ ମହୋତ୍ସବ , ପଲ୍ଲିଶ୍ରୀ ମେଳା ଓ ନୟାଗଡ଼ ପୁସ୍ତକ ମେଳା ପାଇଁ ଆଜି ବସିଛି ଶୃଙ୍ଖଳା କମିଟି । ଦୈନିକ ହଜାର ହଜାର ଦର୍ଶକ ସମାଗମ ହେବାର ଆଶା କରାଯାଉଛି । ଦର୍ଶକ ମାନେ କିପରି ଶୃଙ୍ଖଳିତ ଭାବେ ବୁଲି ପାରିବେ ସେଥି ନିମନ୍ତେ ଆଲୋଚନା କରାଯାଇଛି । ଆଜି ନୟାଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଏହି ବୈଠକ ବସିଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଚାରୁ କୁମାର ବଳ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ଓ ନୟାଗଡ଼ ପୌରାଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବାତି ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସମସ୍ତ ଚାରି ଚକିଆ ଗାଡି ଗୁଡିକ ପିଟିଏସ ଗ୍ରାଉଣ୍ଡରେ ରଖୁବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । କଲେଜ ରୋଡରେ ଗହଳି କମାଇବା ପାଇଁ ରାସ୍ତା କଡରେ କୌଣସି ଯାନ ବାହାନ ରଖାଯିବ ନାହିଁ । ଟ୍ରାଫିକ ସୁଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୃତୟନ କରାଯିବ । ସମସ୍ତ ଦୁଇ ଚକିଆ ଗାଡି ପାଇଁ ପାର୍କିଙ୍ଗ୍ ବ୍ୟବସ୍ଥା କରାଯାଇଛି । ଏଥ୍ ସହିତ ମହୋତ୍ସବ ସ୍ଥାନରେ ପୁଲିସ ଜଗିବା ବ୍ୟବସ୍ଥା କରାଯାଇଛି । ମହୋତ୍ସବ ପଡିଆର ଦୁଇଟି ଗେଟରେ ପୁଲିସ ମୃତୟନ ହେବା ସହିତ ଷ୍ଟେଜର ପଛ ପାଖ, ମିଟିଙ୍ଗ ସୁଳି ଓ ମିନା ବଜାରରେ ପୁଲିସ ମୃତୟନ କରାଯିବ । ଏଥ୍ ସହିତ ପିଟିଏସ ଛକ, ପିଟିଏସ ଗ୍ରାଉଣ୍ଡ, ସର୍କିଟ ହାଉସ ଛକ ପୁଲିସ ମୃତୟନ କରାଯିବ । ଏଥ୍ ସହିତ ଜଗନ୍ନାଥ ମନ୍ଦିର, ନବଘନପୁର ଛକ, ଶିଶୁ ମନ୍ଦିର ଛକ ଓ ଏସପି ଅଫିସ ଛକରେ ପୁଲିସ ମୁତୟନ କରାଯିବ ।

 

Leave a Reply

Your email address will not be published. Required fields are marked *