ସାମ୍ବାଦିକ ସୁକାନ୍ତ କୁମାର ବେଉରାଙ୍କ ଭାତ୍ରୁ ବିୟୋଗ !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ମୌଜା ଅଞ୍ଚଳର ଜଣାଶୁଣା ସାମ୍ବାଦିକ ସୁକାନ୍ତ କୁମାର ବେଉରାଙ୍କ ବଡ଼ଭାଇ ସମାଜସେବୀ ଫକିର ଚରଣ ବେହେରା (୬୪) ଙ୍କର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ପରଲୋକ ଘଟିଛି । ଗତ ଦୁଇଦିନ ହେଲା ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ କଟକ ଏକ ଘରୋଇ ଡାକ୍ତରଖାନାର ଭର୍ତି କରାଯାଇଥିଲା, ମାତ୍ର ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ବଡ଼ଭଉଣୀ, ସାନଭଉଣୀ, ମଝିଆ ବୋହୂ, ସାନ ବୋହୁ, ଝିଅ ସୁକନ୍ୟା, ଜ୍ବାଇଁ ପ୍ରିୟ ରଞ୍ଜନ, ସାନଭାଇ ସାମ୍ୱାଦିକ ସୁକାନ୍ତ, ସମୁଦୀ ସମାଜସେବୀ ପ୍ରଭାତ, ପୁତୁରା ଅମିତ, ଅକ୍ଷୟ, ଅରୁ, ଆଶିଷ, ବବୁଲ, ପୁତୁରା ବୋହୂ,ନାତି ନାତୁଣୀ ଖୁସି, ଶ୍ରଦ୍ଧା ଓ ମାରୁତିଙ୍କ ସହିତ ପରିବାର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । କଟକ ସ୍ବର୍ଗଧାମ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ ପୁତୁରା ଯୁବ ସମାଜସେବୀ ଅମିତ୍ ମୁଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *