ସୁକିନ୍ଦା ପ୍ରଖଣ୍ଡ ପକ୍ଷରୁ ତୁଳସୀପୂଜନ ଦିବସ ପାଳିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଡିସେମ୍ବର ୨୫ ତାରିଖ ପବିତ୍ର ତୁଳସୀ ପୂଜନ ଦିବସ ଅବସରରେ ସୁକିନ୍ଦା ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଡୁବୁରୀ ସଂରାସ ମନ୍ଦିର ପରିସରରେ ତୁଳସୀ ପୂଜନ ଦିବସ ପାଳିତ ହୋଇଯାଇଛି । ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମିତ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରତ୍ୟେକ ହିନ୍ଦୁ ପରିବାରରେ ନିମନ୍ତ୍ରଣ ପତ୍ର ବଣ୍ଟନ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ମୃତ୍ୟୁଞ୍ଜୟ ଦେଓ, ଦୋଳଗୋବିନ୍ଦ ମହାନ୍ତ, ବାଉରୀବନ୍ଧୁ ବାରିକ, ସୁନାରାମ ମାରାଣ୍ଡି, ଜିଜ୍ଞାସୁ ସାହୁ, ଦିନେଶ ନାୟକ, ଭରତ ମହାନ୍ତ, ଇନ୍ଦ୍ରଜିତ ମହାନ୍ତ, କେଶବ ପାତ୍ର, ଶିବାନନ୍ଦ ସାହୁ, ଚିତ୍ତରଞ୍ଜନ ସାହୁଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *