କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପାଶ୍ଚାତ୍ୟ କଳା ସଂସ୍କୃତି ପରମ୍ପରାକୁ ଆପଣାଇବାକୁ ଯାଇ, ନିଜ କଳା ସଂସ୍କୃତି ପରମ୍ପରା ଓ ଧର୍ମକୁ ଭୁଲି ଯାଉଛନ୍ତି ଯୁବପିଢୀ ! ସମଗ୍ର ଦେଶ ଆଜି ବଡ ଦିନ ପାଳନ କରୁଥିବା ବେଳେ, କଟକ ସହରର ରାଣୀହାଟ ଶଗଡ଼ିଆ ସାହି ତ୍ରିନାଥ ମନ୍ଦିର ତରଫରୁ ନିଆରା ଢଙ୍ଗରେ ତୁଳସୀ ପୂଜନ ଦିବସ ପାଳନ କରାଯାଇଛି । ଶତାୟୁ ତଥା ନିକଟତର ବର୍ଷୀୟ ବୃଦ୍ଧା ମାନଙ୍କ ସହିତ, ତ୍ରିନାଥ ମନ୍ଦିରର ପରିଚାଳନା କମିଟି ସଦସ୍ୟ ମାନେ ତୁଳସୀ ପୂଜନ କରିଥିଲେ । ଆୟୋଜକ ମାନେ ବୃଦ୍ଧା ମାନଙ୍କୁ ନୂତନ ପୋଷାକ ପରିଧାନ କରାଇ , ତୁଳସୀ ଚାରା ପ୍ରଦାନ କରି ମାତୃ ପୂଜନ କରିଥଲେ । ତୁଳସୀ ମାଆଙ୍କ ମହିମା, ମାହାତ୍ମ୍ୟ ଓ ଉପକାରିତାର ପ୍ରଚାର ପ୍ରସାର କରିବା ସହିତ ଯୁବପିଢିଙ୍କୁ ସଠିକ୍ ମାର୍ଗ ଦର୍ଶନ କରିବା ନିମନ୍ତେ ଏକ ଛୋଟିଆ ପ୍ରୟାସ କରିଛନ୍ତି ରାଣୀହାଟ ଶଗଡ଼ିଆ ସହି ତ୍ରିନାଥ ମନ୍ଦିରର ପରିଚାଳନା କମିଟିର ସଦସ୍ୟ । କେବଳ ଏତିକି ନୁହେଁ ରାସ୍ତାରେ ଯାଉଥିବା ପଥିକ ଓ ଆଖ ପାଖରେ ଥିବା ଘରକୁ ଯାଇ ତୁଳସୀ ଚାର ବଣ୍ଟନ କରିବା ସହିତ ଡିସେମ୍ବର 25 ତାରିଖକୁ ତୁଳସୀ ପୂଜନ ଦିବସ ରୂପେ ପାଳନ କରିବାକୁ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଞ୍ଜୟ ରାଉତରାୟ ଆୟୋଜନ ଓ ପରିଚାଳନା କରିଥଲେ ।
କଟକ ସହର ରାଣୀହାଟ ଶଗଡ଼ିଆ ସାହି ତ୍ରିନାଥ ମନ୍ଦିର ତରଫରୁ ନିଆରା ଢଙ୍ଗରେ ତୁଳସୀ ପୂଜନ !!!

