ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସମ୍ପର୍କ ଓ ଭାଇଚାରାର ମିଳନ ପର୍ବ ଅନୁଷ୍ଠିତ । ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଡମପଡ଼ା – ଚନ୍ଦକା ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ ବ୍ରାହ୍ମଣୀ ଝର ଫୁଲ ମରୁଆ ଡ୍ୟାମ୍ ନିକଟରେ ଭାଇଚାରା ଓ ସମ୍ପର୍କର ମିଳନ ପର୍ବ ପାଳନ ଅବସରରେ ବଣଭୋଜି ଓ ଶୀତ-ମିତ କବିତା ଆସର ଆୟୋଜିତ ହେବା ସହିତ ଭାରତରତ୍ନ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସ ପାଳନ ହୋଇଯାଇଛି । ଆଦର୍ଶ ଯୁବ ପରିଷଦ , ଚକାପଦା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀର ବିଭିନ୍ନ ଅଞ୍ଚଳରୁ ପାଖାପାଖି ୫୦ରୁ ଉର୍ଦ୍ଧ୍ଵ ସମାଜସେବୀ, କବି, କବୟିତ୍ରୀ ଓ ସ୍ବେଚ୍ଛାସେବୀ ବନ୍ଧୁମାନେ ଅଂଶଗ୍ରହଣ କରିଥିଲେ। କବୟିତ୍ରୀ ଶକୁନ୍ତଳା ମଲ୍ଲିକ ଓ ଅଧ୍ୟାପିକା ମମତା ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାଚକ୍ର ଓ ସାହିତ୍ୟ ଆସରରେ ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ, ପ୍ରବଚକ ଅକ୍ଷୟ କୁମାର ଭଟ୍ଟ, କାଶୀନାଥ ରାଉତ, କବି ଲଲାଟେନ୍ଦୁ ପଣ୍ଡା, କବି ବିପ୍ଲବ, ସୁଧାକର ମହାନ୍ତି, ଯୁବବନ୍ଧୁ ସତସଙ୍ଗ ପରିବାରର ପ୍ରତିଷ୍ଠାତା ସୁବ୍ରତ କୁମାର ନାୟକ, ଯଦୁମଣି ଲେଙ୍କା, ପ୍ରସନ୍ନ ନାୟକ, ଶଶିଭୂଷଣ ତ୍ରିପାଠୀ, ସମାଜସେବୀ ପ୍ରଦୀପ କୁମାର ଜେନା, ଲଳିତ ମୋହନ ଗାନ୍ଧୀ, ମୁରଲୀଧର ପ୍ରଧାନ, ରବୀନ୍ଦ୍ର ବେଉରା, ଦିଲ୍ଲୀପ କୁମାର ବେହେରା, ଇତିସ୍ମିତା ଜେନା, ନିର୍ମଳ ଦାସ , ପ୍ରଣବ ସେଠୀ, ଉପେନ୍ଦ୍ର ରଣା, ଅର୍ଘ୍ୟରୂପା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ଉପସ୍ଥାପନା କରିଥିଲେ । ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିବା ବେଳେ ସଭାପତି ନିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିବା ସହିତ ଏପରି ଭାଇଚାରା ଓ ସମ୍ପର୍କର ସେତୁରେ ଉପସ୍ଥିତ ଥିବା ସମସ୍ତ ସାରସ୍ବତ ପ୍ରତିଭା ମାନଙ୍କୁ ସାଧୁବାଦ ଜଣାଇଥିଲେ । ସଂଯୋଜକ ତଥା ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର ଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କ ପ୍ରସ୍ତାବ କ୍ରମେ ଆଗାମୀ ବର୍ଷ ମହାପର୍ବତର ପାଦଦେଶରେ କାର୍ଯ୍ୟକ୍ରମ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ସମ୍ପର୍କ ଓ ଭାଇଚାରାର ମିଳନ ପର୍ବ : ବଣଭୋଜି ଓ ଶୀତ-ମିତ କବିତା ଆସର ଆୟୋଜିତ !!!

