ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ୧୯୭ ତମ ସପ୍ତାହରେ ଚିନ୍ମୟ ଫାଉଣ୍ଡେସନର କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ । କୌଣସି ଗୁଜବକୁ ନ ଶୁଣି ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନକୁ ପାଳନ କରିବାକୁ ଆହ୍ୱାନ ! ମହାମାରୀ କରୋନାର ତାଣ୍ଡବଲୀଳାରେ ସମଗ୍ର ବିଶ୍ବ ତ୍ରାହି ତ୍ରାହି ଡାକୁଥିବା ବେଳେ ଜୀବନକୁ ବାଜି ଲଗାଇ ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଆଜକୁ ଦୀର୍ଘ ୧୩୭୯ ଦିନ ଧରି ମହାମାରୀ କରୋନା ସଚେତନତା ଓ କୋଭିଡ୍ କିଟ୍ ବଣ୍ଟନ ସହ ଗରିବ ଓ ଅସହାୟ ଲୋକ ମାନଙ୍କୁ ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ ମାଧ୍ୟମରେ ରିଲିଫ ସାମଗ୍ରୀ ବଣ୍ଟନ ଜାରି ରହିଛି । ସଚେତନତା ଫଳରେ ଭାରତରୁ କୋଭିଡ୍ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଥିବା ବେଳେ ଗତ ମଙ୍ଗଳ ବାର ତାହା ବଢ଼ିବଢ଼ି ୪,୧୯୭ରେ ପହଞ୍ଚିଥିଲା । ମିଳିଥିବା ସରକାରୀ ତଥ୍ୟ ଅନୁସାରେ ଗତ ଦୀପାବଳି ପୂର୍ବ ଦିନ ଭାରତରେ କରୋନା ଆକ୍ଟିଭ୍ କେସ କମି କମି ୧୧୪ ରେ ପହଞ୍ଚିଥିବା ବେଳେ ପାର୍ବଣର ଭିଡ ଓ ସାମାନ୍ୟ ଅସଚେତନତା ଫଳରେ ଏହାର ମାତ୍ରା ବଢ଼ିବାରେ ଲାଗିଛି । କର୍ଣାଟକ ରାଜ୍ୟରେ ଏହା ବହୁ ମାତ୍ରାରେ ବଢ଼ିଥିବା ବେଳେ, ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ୫ଟି ପଜେଟିଭ କେସ ନଜରକୁ ଆସିଛି । ଚଳିତ ସପ୍ତାହର ତଥ୍ୟ ଅନୁସାରେ ଗତ ରବିବାର ଭାରତରେ ଏହାର ସଂଖ୍ୟା ଥିଲା ୩,୭୪୨ ସୋମବାର ୪,୦୫୪ ମଙ୍ଗଳ ବାର ୪,୧୭୦ ବୁଧବାର ୪,୦୯୩ ଗୁରୁ ବାର ୪,୦୯୭ ଶୁକ୍ର ବାର ୪,୦୯୧ ଓ ଶନିବାର ଏହାର ସ୍ଥିତି ୩,୯୯୭ରେ ରହିଛି । କ୍ରମଶଃ ଏହା ତଳ ମୁହାଁ ହେବାରେ ଲାଗିଛି । ତେଣୁ କୌଣସି ଗୁଜବକୁ କର୍ଣ୍ଣପାତ ନ କରି ସଚେତନତା ସହ ସରକାରଙ୍କର ଗାଇଡ ଲାଇନକୁ ପାଳନ କରିବାକୁ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀଯୁକ୍ତ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫାଉଣ୍ଡେସନର ଦିନ ସଂଖ୍ୟା ୧୩୭୩ ରୁ ୧୩୭୯ ପର୍ଯ୍ୟନ୍ତ ଅର୍ଥାତ୍ ଗତ ୨୪ ଡିସେମ୍ବର ୨୦୨୩ ରୁ ୩୦ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ସାତ ଦିନ ଧରି ଓଡିଶାର ବିଭିନ୍ନ ସ୍ଥାନରେ ସଚେତନତା ସହ କୋଭିଡ୍ କିଟ୍ ଏବଂ ଗରିବ ଓ ଅସହାୟ ଲୋକ ମାନଙ୍କୁ ରିଲିଫ୍ ବଣ୍ଟନ ଜାରି ରହିଥିବାର ଦେଖିବାକୁ ମିଳିଛି । ସମାଜସେବୀ ଶ୍ରୀକ୍ଷେତ୍ର ସାହୁ ଏବଂ ତାଙ୍କର ସାଥି ମାନେ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି ।
୧୯୭ ତମ ସପ୍ତାହରେ ଚିନ୍ମୟ ଫାଉଣ୍ଡେସନର କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

