ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କର ୧୩୪ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼, ପୂଜ୍ୟପୂଜା କମିଟି, ନୟାଗଡ଼ ଓ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମୃତି ପରିଷଦ, ଦଶପଲ୍ଲା ର ମିଳିତ ଆନୁକୁଲ୍ୟରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ବିଦ୍ଯାଳୟ ପରିସରରେ ସ୍ଥାପିତ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପ ମାଲ୍ୟାର୍ପଣ କରି ଆୟୋଜିତ ସ୍ମୃତି ଚାରଣ ସଭାରେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ବାଧୀନତା ସଂଗ୍ରାମର ଏକ ଅନିର୍ବାଣ ଅଗ୍ନିଶିଖା ବୋଲି କହିବା ସହିତ ଅଧୁନା ଛାତ୍ରଛାତ୍ରୀ ମାନେ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜୀବନୀ ବିଷୟରେ ପଢିବା ଆବଶ୍ଯକ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ର ସ୍ମତି ପରିଷଦ, ଦଶପଲ୍ଲାର ସଂଯୋଜକ ପ୍ରସନ୍ନ କୁମାର ପଣ୍ଡା, ଉତ୍କଳ ସମ୍ମିଳନୀର ଅଧ୍ଯକ୍ଷା ବସିରନ୍ ବିବି ଯୋଗ ଦେଇ ପୂଜ୍ୟ ବିପ୍ଳବୀଙ୍କର ସ୍ମୁତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ, ରୋଟାରୀ କ୍ଳବ, ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା ଆଦି ବହୁ ସାମାଜିକ ଅନୁଷ୍ଠାନ ମାନେ ଯୋଗଦେବା ସହିତ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ଦାସ ଓ ପ୍ରଦୀପ କୁମାର ରଥ, ରୋଟାରୀ କ୍ଳବ ଅଧ୍ଯକ୍ଷ ଅବଦୁଲ ଆରିଫ୍ ଖାଁ, ଭାରତ ବିକାଶ ପରିଷଦ ଅଧ୍ଯକ୍ଷ ହରେକୃଷ୍ଣ ସାହୁ, ରୋଟାରିଆନ୍ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରୋଟାରିଆନ୍ ଜି. ରଶ୍ମିରାଜ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ, ସୁବଳ ଚରଣ ବେହେରା, ୟୁନିଟେକ ର ଚେୟାରମ୍ୟାନ ପ୍ରଦୀପ ପୃଷ୍ଟି ଆଦି ବହୁ ସମାଜସେବୀ ଉପସ୍ଥିତ ଥିଲେ । ବିଦ୍ଯାଳୟର ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲା ବେଳେ ପୂଜ୍ୟପୂଜା କମିଟିର ସହ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *